Categories: ଜାତୀୟ

ଗ୍ରହାଣୁରୁ ଶିଳା ଆଣିବାକୁ ଚାଇନାର ଯୋଜନା

ନୂଆଦିଲ୍ଲୀ, ୧୫ା୩: ଟିଆନ୍‌ଓ୍ବେନ୍‌-୧ ମିଶନର ସଫଳତା ପରେ ଚାଇନା ଏହି ସିରିଜ୍‌ର ଦ୍ୱିତୀୟ ମିଶନ ପାଇଁ ଏବେ ଯୋଜନା ପ୍ରସ୍ତୁତ କରିଛି। ଟିଆନ୍‌ଓ୍ବେନ୍‌-୧ ମଙ୍ଗଳ ଅଭିମୁଖେ ଯାଇଥିବାବେଳେ ଟିଆନ୍‌ଓ୍ବେନ୍‌-୨ ମିଶନ ଗ୍ରହାଣୁ ଓ ଧୂମକେତୁଗୁଡ଼ିକୁ ଟାର୍ଗେଟ କରିବ। ସେଠାରୁ ଶିଳା ଆଣିବା ଯୋଜନାକୁ ଚାଇନା ଜାତୀୟ ମହାକାଶ ପ୍ରଶାସନ (ସିଏନ୍‌ଏସ୍‌ଏ) ମଞ୍ଜୁରୀ ପ୍ରଦାନ କରିବା ପରେ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ପୃଥିବୀ ନିକଟତର ଗ୍ରହାଣୁ ୨୦୧୬ ଏଚ୍‌ଓ୩କୁ ଚାଇନା ମହାକାଶ ଯାନ ପଠାଇ ସେଠାରୁ ଶିଳା ଓ ମୃତ୍ତିକା ନମୁନା ଆଣିବ। ଉକ୍ତ ନମୁନା ଉପରେ ଗଭୀର ଅନୁଶୀଳନ କରାଯିବ। ପରେ ଦୂରନ୍ତ ଗ୍ରହାଣୁ ଓ ଧୂମକେତୁକୁ ମିଶନରେ ସାମିଲ କରାଯିବ ବୋଲି ଚାଇନାର ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।

Share