Categories: ଜାତୀୟ

ଆତଙ୍କବାଦୀ ଶିବିରରେ ଚାଇନା ପିସ୍ତଲ-ଗ୍ରେନେଡ୍‌

ଶ୍ରୀନଗର,୨୧।୨: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌ ସମୟରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ ଥିବା ଏକ ଆତଙ୍କବାଦୀ ଶିବିରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ସେଥିମଧ୍ୟରେ ୩ଟି ଏକେ-୫୬, ୨ ଟି ଚାଇନା ପିସ୍ତଲ, ୨ଟି ଚାଇନା ଗ୍ରେନେଡ୍‌, ଗୋଟିଏ ଟେଲିସ୍କୋପ୍‌, ୬ଟି ଏକେ ମାଗାଜିନ୍‌, ୨ଟି ପିସ୍ତଲ ମାଗାଜିନ୍‌, ଗୋଳାବାରୁଦ ଆଦି ଜବତ ହୋଇଥିବା କଶ୍ମୀର ଜୋନ୍‌ ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ଆତଙ୍କବାଦୀ ଶିବିରରୁ ଚାଇନା ପିସ୍ତଲ ଏବଂ ଗ୍ରେନେଡ୍‌ ମିଳିବାରୁ ଏହା ପ୍ରମାଣିତ ହୋଇଛି ଯେ, ଚାଇନାର ହାତ ଏହା ପଛରେ ରହିଛି। ପୂର୍ବରୁ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବାବେଳେ ଏବେ ଏଥିରେ ଚାଇନା ସାମିଲ ହୋଇଥିବା ଅନୁମାନ କରାଯାଉଛି। ତେବେ ଏହାର ତଦନ୍ତ ଜାରି ରହିଛି।

Share