Categories: ଜାତୀୟ

ପିଏମ୍‌ କେୟାର ପାଣ୍ଠିକୁ ଚାଇନା-ପାକିସ୍ତାନରୁ ଅନୁଦାନ: କିଏ ଦେଇଛି, କେତେ ଦେଇଛି

ନୂଆଦିଲ୍ଲୀ,୧୬।୧୨: ପିଏମ୍‌ କେୟାର ପାଣ୍ଠିକୁ ଚାଇନା,ପାକିସ୍ତାନ ଏବଂ କତାରରୁ ଅନୁଦାନ ଆସିଛି। ତେବେ ଏସବୁ ଅନୁଦାନ କିଏ ଦେଇଛି ଓ କେତେ ଦେଇଛି ସେ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଆରମ୍ଭ ହୋଇଛି। କଂଗ୍ରେସ ମହାସଚିବ ରଣଦୀପ୍‌ ସିଂ ସୁର୍ଜେଓ୍ବାଲା ଏନେଇ ବୁଧବାର ଟୁଇଟ୍‌ କରିଛନ୍ତି। ୨୭ଟି ଦେଶରେ ଥିବା ଭାରତୀୟ ଦୂତାବାସରେ ପିଏମ୍‌ କେୟାର ପାଣ୍ଠିକୁ ଅନୁଦାନ ପ୍ରଦାନ କରିବା ଲାଗି ପ୍ରଚାର କରାଯାଇଥିଲା। ପାଣ୍ଠିରେ ବହୁ କୋଟି ଟଙ୍କା ଜମା ହୋଇଥିବାବେଳେ ଏହାକୁ ସିଏଜି, ଆରଟିଆଇ ତଥା ଅଡିଟ୍‌ଠାରୁ ଦୂରରେ ରଖାଯାଇଥିବା ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି। ଏହା ସହିତ ସେ ମୋଦି ସରକାରଙ୍କୁ ପିଏମ୍‌ କେୟାର ପାଣ୍ଠି ନେଇ ୧୦ଟି ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଏବେ ସୁର୍ଜେଓ୍ବାଲାଙ୍କ ଟୁଇଟ୍‌ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share