Posted inଜାତୀୟ

ବିହାରରେ ଆତଙ୍କବାଦୀ ସଂଗଠନକୁ ସକ୍ରିୟ କରୁଛନ୍ତି ଚାଇନା-ପାକିସ୍ତାନ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଗଲା ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୪।୧ : ଇଣ୍ଡିଆନ୍‌ ମୁଜାହିଦ୍ଦିନ (ଆଇଏମ) ଆତଙ୍କବାଦୀ ସଂଗଠନ ନେପାଳରେ ଆଶ୍ରୟ ନେଇଛି। ସଂଗଠନ  ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ବେଶ୍‌ ସକ୍ରିୟ ହେବାରେ ଲାଗିଛି। ଏନେଇ ସୀମା ପାରରୁ ଚାଇନା ଏବଂ ପାକିସ୍ତାନର ସହାୟତା ମଧ୍ୟ ଇଣ୍ଡିଆନ୍‌ ମୁଜାହିଦ୍ଦିନ ସଂଗଠନକୁ ମିଳୁଥିବାର ଗୁପ୍ତ ସୂଚନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି। ୨୦୨୨ରେ ଦୁଇଶହରୁ ଅଧିକ ସ୍ଲିପର ସେଲ ସଦସ୍ୟଙ୍କୁ ପ୍ରସ୍ତୁତ କରିବା ଲାଗି ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଛି।

ଗୁପ୍ତ ସୂଚନା ମିଳିବା ପରେ ଏହି ରିପୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଛି। ଭାରତ-ନେପାଳ ସୀମାରେ ଅବସ୍ଥିତ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ତାଲିକା ମଧ୍ୟ ଏସଏସବି ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ଏହିପରି ସୂଚନା ପାଇବା ପରେ ସୀମାନ୍ତ ଅଞ୍ଚଳରେ ଯବାନ ସଜାଗ ରହିବା ସହିତ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ଏସସିବି ଯବାନଙ୍କ ଦ୍ୱାରା ଯାଞ୍ଚ୍‌ କରାଯାଉଛି।

ନେପାଳରୁ ଆଇଏସ୍‌ଆଇ ଏଜେଣ୍ଟଙ୍କ ମାଧ୍ୟମରେ ଏସବୁ ଅଞ୍ଚଳରେ ପାଣ୍ଠି ଯୋଗାଣ କରାଯାଉଥିବା ସୂଚନା ମଧ୍ୟ ମିଳିଛି। ବେରୋଜଗାର ଏବଂ ସୀମାନ୍ତ ଅଞ୍ଚଳର ନାବାଳିକଙ୍କୁ ପଥଭ୍ରଷ୍ଟ କରାଯାଇ ସ୍ଲିପର ସେଲର ସଦସ୍ୟ ଭାବରେ ତାଲିମ ପ୍ରଦାନ କରାଯାଉଛି। ଆଇଏସ୍‌ଆଇ ଏଜେଣ୍ଟ ପ୍ରଥମେ ସେମାନଙ୍କ ବିଭିନ୍ନ ପ୍ରକାର ସହାୟତା ଏବଂ ସୁବିଧା ଯୋଗାଇ ଦିଆଯାଇ ପରବର୍ତ୍ତୀ ସମୟରେ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ସଂଗଠନରେ ସାମିଲ କରାଯାଉଛି।

ଗୁପ୍ତଚର ବିଭାଗର ଅଧିକାରୀମାନେ ଦାବି କରିଛନ୍ତି ଯେ କାଟିହାରରୁ ଫେରାର ହୋଇଥିବା ଆଫଗାନିସ୍ତାନ ନାଗରିକମାନେ ଇଣ୍ଡୋ-ନେପାଳର ସୀମା ଅଞ୍ଚଳରେ ବାସବାସ କରି ଚାିଡ଼ା ଏବଂ ପାକିସ୍ତାନର ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ସମ୍ପ୍ରତି ନେପାଳରେ ଚାଇନାର ହସ୍ତକ୍ଷେପ ଯଥେଷ୍ଟ ବୃଦ୍ଧି ପାଇଛି। କୁହାଯାଉଛି ଯେ ଜିଛି ଚାଇନା ଲୋକ ନେପାଳରେ ବସବାସ କରିବା ସହିତ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ସଂଗଠନକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri