ମୁହଁ ଖୋଲିଲା ଚାଇନା: ନେପାଳ ସହିତ ସମ୍ପର୍କ କାହା ବିରୋଧରେ ନୁହେଁ କ୍ଷଡ଼ଯନ୍ତ୍ର

ବେଜିଂ,୩।୧୨: ନେପାଳ ସହିତ ସମ୍ପର୍କ ନେଇ ଚାଇନା ମୁହଁ ଖୋଲିଛି। ଚାଇନା କହିଛି ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦ୍ୱାରା ଅନ୍ୟ କାହା ବିରୋଧରେ ଷଡ଼ଯନ୍ତ୍ର କରାଯାଉ ନାହିଁ। ଭାରତର ନାମ ନ ନେଇ ଚାଇନା କହିଛି ଯେ, ଏହା ଦ୍ୱାରା କୌଣସି ତୃତୀୟ ଦେଶ ଉପରେ ଖରାପ ପ୍ରଭାବ ପଡ଼ିବ ନାହିଁ। ଏଭଳି କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ନେପାଳ ସହିତ ଚାଇନା ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ ନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଓ୍ବେଇ ଫେଙ୍ଗେ ନେପାଳ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କୁ ସାକ୍ଷାତ୍‌ କରିବା ସହିତ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ ପୂର୍ଣ୍ଣଚନ୍ଦ୍ର ଥାପାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଭାରତ ବିରୋଧରେ କୌଣସି ଷଡ଼ଯନ୍ତ୍ର ହେବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହାକୁ ଚାଇନା ପକ୍ଷରୁ ଖଣ୍ଡନ କରାଯାଇଛି।

Share