ତାଇୱାନକୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପୁଣି ଦର୍ଶାଇଲା ଚାଇନା

ବେଜିଂ,୨୨।୯: ଚାଇନା ପୁଣିଥରେ ତାଇୱାନ ଉପରେ ନିଜର ଦାବି ରଖିଛି। ଚାଇନା ତାଇୱାନକୁ ଏହାର ଅଂଶ ଭାବରେ ଘୋଷଣା କରି ଏହାକୁ ନିଜର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛି। ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ଅଧିବେଶନକୁ ସମ୍ବୋଧିତ କରି ଚାଇନା ଉପରାଷ୍ଟ୍ରପତି ହାନ ଜେଙ୍ଗ କହିଛନ୍ତି, ତାଇୱାନ ଚାଇନାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହି ସମୟରେ ସେ ବେଜିଂର ଷ୍ଟାଣ୍ଡକୁ ଦୋହରାଇ କହିଛନ୍ତି, ଚାଇନା ନିକଟରେ ଏହାର ଚାରିପାଖରେ ସାମରିକ ଅଭ୍ୟାସ ମଧ୍ୟ କରିଛି।

ଚାଇନା ଉପରାଷ୍ଟ୍ରପତି କହିଛନ୍ତି, ବେଜିଂ ସ୍ବୟଂ ଶାସିତ ଗଣତନ୍ତ୍ରକୁ ଗ୍ରହଣ କରିବା ପାଇଁ ଶାନ୍ତିପୂର୍ଣ୍ଣ ଉପାୟକୁ ପ୍ରାଥମିକତା ଦିଏ। ସେ ଆହୁରି ମଧ୍ୟ କହିଛନ୍ତ, ସେମାନଙ୍କର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ଚାଇନା ଲୋକଙ୍କ ନିଷ୍ଠା, ଦୃଢ ଇଚ୍ଛାଶକ୍ତି ଏବଂ ଶକ୍ତିକୁ କେହି ଅବମାନନା କରିବା ଉଚିତ୍‌ ନୁହେଁ।

Share