Posted inଜାତୀୟ

ଭାରତ ମହାସାଗରରେ ଯୁଦ୍ଧଜାହାଜ ମୁତୟନ କରିପାରେ ଚାଇନା

ନୂଆଦିଲ୍ଲୀ,୧।୧୨: ଚାଇନା ଏହାର ପ୍ରଥମ ବିଦେଶ ସାମରିକ ଘାଟି ଜିବୌଟିରେ ଯୁଦ୍ଧବିମାନବାହୀ ରଣତରୀ, ବୃହତ୍‌ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ମୁତୟନ କରିପାରେ। ଆମେରିକା କଂଗ୍ରେସରେ ପ୍ରତିରକ୍ଷା ବିଭାଗ ଦାଖଲ କରିଥିବା ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଭାରତୀୟ ନୌସେନା ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।

ଜିବୌଟିରେ ଥିବା ଚାଇନା ସାମରିକ ଘାଟି ସମ୍ପର୍କିତ ସାଟେଲାଇଟ୍‌ ଚିତ୍ର ୪ ମାସ ପୂର୍ବରୁ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେଠାରେ ଚାଇନା ନୌସେନାର ବିଶାଳ ଜାହାଜ ଲାଗିଥିବା ଦେଖାଯାଇଥିଲା। ପିଏଲ୍‌ଏ ନୌସେନା ଭାରତ ମହାସାଗରରେ ଯୁଦ୍ଧବିମାନବାହୀ ଜାହାଜ ମୁତୟନ କରିପାରେ ବୋଲି ଆମେରିକା ୨୦୧୭ରେ ସତର୍କ କରାଇଥିଲା। ସେବେଠାରୁ ଚାଇନା ଏହାର ଯୁଦ୍ଧବିମାନବାହୀ ରଣତରୀର ବିକାଶରେ ବ୍ୟସ୍ତ ରହିଛି ଏବଂ ୩ଟି କାର୍ଯ୍ୟକ୍ଷମ କରିଛି। ଭାରତ ପାଖରେ ଏବେ ମାତ୍ର ୨ଟି ଯୁଦ୍ଧବିମାନବାହୀ ଜାହାଜ ରହିଛି ଯାହାକି ଏପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଜିବୌଟି ବେସ୍‌ରେ ଚାଇନା ନୌସେନା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଯାନ ମହଜୁଦ୍‌ ରହିଥିବା ଜଣାପଡ଼ିଛି।

ଭାରତ, ଆମେରିକା ସମରାଭ୍ୟାସକୁ ବେଜିଂର ବିରୋଧ

ଉତ୍ତରାଖଣ୍ଡ ଅଉଲିରେ ଭାରତୀୟ ଓ ଆମେରିକୀୟ ସେନା ପକ୍ଷରୁ ୧୮ତମ ସମରାଭ୍ୟାସ ‘ଯୁଦ୍ଧ ଅଭ୍ୟାସ’ ଜାରି ରହିଛି। ଚାଇନା ଓ ଭାରତ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଠାରୁ ୧୦୦ କି.ମି ଦୂରରେ ସମାରାଭ୍ୟାସ କରାଯାଉଥିବାବେଳେ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚାଇନା ଏହାକୁ ବିରୋଧ କରିଛି। ଏହାଦ୍ୱାରା ଏଲ୍‌ଏସିରେ ଶାନ୍ତି ରକ୍ଷା ପାଇଁ ୧୯୯୩ ଏବଂ ୧୯୯୬ରେ ଦୁଇ ଦେଶ ଭିତରେ ସ୍ବାକ୍ଷରିତ ଚୁକ୍ତି ଉଲଂଘନ କରାଯାଇଥିବା ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ଏହି ସମରାଭ୍ୟାସ ଦୁଇ ସପ୍ତାହ ଧରି ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri