ତାଇଓ୍ବାନକୁ କବ୍‌ଜା କରିବା ପାଇଁ ଚାଇନାର ଜୋର୍‌ଦାର ପ୍ରୟାସ: ୩୮ ଯୁଦ୍ଧ ବିମାନ ଉଡ଼ାଇଲା

ତାଇପେ,୨୮ା୪ ତାଇଓ୍ବାନକୁ କବ୍‌ଜା କରିବା ପାଇଁ ଚାଇନା କ୍ରମାଗତ ଭାବରେ ବିଭିନ୍ନ ପନ୍ଥା ଆପଣାଉଛି। ବର୍ତ୍ତମାନ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଚାଇନା ସେନା ତାଇଓ୍ବାନ ନିକଟରେ ପ୍ରାୟ ୩୮ ଯୁଦ୍ଧ ବିମାନ ଉଡ଼ାଇଛି।

ଏହା ମଧ୍ୟ କୁହାଯାଇଛି ଯେ, ଦୀର୍ଘଦିନ ଧରି ଚାଲିଆସୁଥିବା ଯୁଦ୍ଧ ଅଭ୍ୟାସ ପରେ ପ୍ରଥମ ଥର ପାଇଁ ଏହି ବିମାନଗୁଡ଼ିକ ତାଇଓ୍ବାନର ଅତି ନିକଟତର ହୋଇଛନ୍ତି।

Share