ବାହାରୁ ସବଳ, ଭିତରୁ ଦୁର୍ବଳ ଚାଇନା, ନିଜ ପାଦରେ ଚୋଟ ମାରୁଛନ୍ତି ଜିନ୍‌ପିଙ୍ଗ୍‌…

ଲଣ୍ଡନ, ୧୨।୨ : ବାହାରୁ ଶକ୍ତିଶାଳୀ ମନେ ହେଉଥିବା ଚାଇନା ପ୍ରକୃତରେ ଭିତରୁ ଦୁର୍ବଳ। ଏନେଇ ବିଶେଷଜ୍ଞ ମତପୋଷଣ କରିଛନ୍ତି। ବେଜିଂରେ ବ୍ରିଟିଶ ଦୂତାବାସରେ ଦୁଇଥର କାର୍ଯ୍ୟ କରିଥିବା ରୋଜର ଗାର୍ସାଇଡ କହିଛନ୍ତି ଯେ ଆଭ୍ୟନ୍ତରୀଣ କାରଣଗୁଡିକ ଯୋଗୁ ଚାଇନାର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏହା ଯୋଗୁ ଚାଇନାର ଶାସନ କ୍ଷେତ୍ରରେ ଅସ୍ଥିର ତା ସୃଷ୍ଟି ହେବାର ଆଶଙ୍କା ରହିଛି। ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଚଳିତ ବର୍ଷ ନ୍ୟାଶନାଲ ପାର୍ଟି କଂଗ୍ରେସରେ ସିସିପି ସଭାପତି ଭାବରେ କ୍ରମାଗତ ତୃତୀୟ ଥର ପାଇଁ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିବାବେଳେ ଏଭଳି ତଥ୍ୟ ବାହାରକୁ ଆସିଛି।

ଗାର୍ସାଇଡ କହିଛନ୍ତି ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ସରକାର ସାମରିକ କ୍ଷେତ୍ର ଅପେକ୍ଷା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଅଧିକ ବଜେଟ ଖର୍ଚ୍ଚ କରୁଛନ୍ତି। ତାଙ୍କର ସରକାର ଆଭ୍ୟନ୍ତରୀଣ ଶତ୍ରୁମାନଙ୍କୁ ଭୟ କରୁଥିବା ତଥ୍ୟରେ ସେ ଉଲ୍ଲେଖ କରିଛନ୍ତି। କମ୍ୟୁନିଷ୍ଟ ନେତାଙ୍କ ଏକ ଦଳ ଜିନପିଙ୍ଗଙ୍କ ବିରୋଧରେ ଏକ ଆଭ୍ୟନ୍ତରୀଣ କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବାର ସେ ଆଶଙ୍କା ପ୍ରକାଶ କରିଛନ୍ତି। ଗାର୍ସାଇଡଙ୍କ ଅନୁଯାୟୀ, ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିସିପି)ର ଉଚ୍ଚ ସ୍ତରୀୟ ନେତୃତ୍ୱ ବିଶ୍ୱାସ କରନ୍ତି ଯେ ଜିନ୍‌ପିଙ୍ଗ୍‌ ଚାଇନାକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ବିପଜ୍ଜନକ ଦିଗରେ ଆଗେଇ ନେଉଛନ୍ତି।

ପ୍ରିମିୟର ଲି କେକିଆଙ୍ଗଙ୍କ ସମେତ ସିସିପି ନେତାମାନେ ମନେ କରୁଛନ୍ତି ଏହାଯୋଗୁ ପାର୍ଟିର ଭବିଷ୍ୟତ ତଥା ଜିନ୍‌ପିଙ୍ଗ୍‌ ନିଜ ସମ୍ପତ୍ତି ଏବଂ କ୍ଷମତାକୁ ମଧ୍ୟ ବିପଦରେ ପକାଉଛନ୍ତି। ଏଭଳି କରି ଜିନ୍‌ପିଙ୍ଗ୍‌ ନିଜ ପାଦରେ ଚୋଟ ମାରୁଛନ୍ତି ବୋଲି ଦ ଏପୋଚ ଟାଇମ୍ସ୍‌କୁ ସାକ୍ଷାତ୍‌କାର ଦେଇ ଗାର୍ସାଇଡ୍‌ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି ।ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri