ଭାରତ ସୀମାରେ ଚାଇନାର ବୁଲେଟ ଟ୍ରେନ୍‌

ବେଜିଂ, ୨୫।୬: ଚାଇନା ପ୍ରଥମ ଥର ପାଇଁ ତିବ୍ବତକୁ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବୁଲେଟ ଟ୍ରେନ୍‌ ଚଳାଇଛି। ଏହି ଟ୍ରେନ୍‌ ପ୍ରାଦେଶିକ ରାଜଧାନୀ ଲାସାରୁ ଅରୁଣାଚଳକୁ ଲାଗିଥିବା ତିବ୍ବତର ସୀମାନ୍ତ ସହର ନିଙ୍ଗ୍‌ଚି ସହ ସଂଯୋଗ କରୁଛି। ଜୁଲାଇ ୧ରେ ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ଏହାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ସିଚୁଆନ-ତିବ୍ବତ ରେଲଓ୍ବେର ୪୩୫.୫ କିଲୋମିଟର ଦୀର୍ଘ ଲାସା-ନିଙ୍ଗଚି ସେକ୍ସନକୁ ଶୁକ୍ରବାର ଉଦ୍‌ଘାଟନ କରାଯାଇଛି। ଏହି ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଗତ ନଭେମ୍ବରରେ ଚାଇନା ରାଷ୍ଟ୍ରପତି ଶି ଜିଙ୍ଗ୍‌ପିନ୍‌ ନିର୍ଦ୍ଦେଶ ଦେଇଥିଲେ।

Share