ଚାଇନା ଲଞ୍ଚ୍‌ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା

ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା ପ୍ରମାଣପତ୍ର ଜରିଆରେ ଲୋକେ ବାହାରକୁ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ବିଗିଡ଼ି ଯାଇଛି। ଏଥିରେ ସୁଧାର ଆସିବା ପାଇଁ ଏପରି ପଦକ୍ଷେପ ନେଇଛି ଚାଇନା।

ଚାଇନା ବୈଦେଶିକ ମନ୍ତ୍ରଣାଳୟ ସହ ଜଡ଼ିତ ଏକ ବିଭାଗର ଓ୍ବେବ୍‌ସାଇଟ୍‌ ଅନୁଯାୟୀ, କ୍ୟୁଆର ଡିଜିଟାଲ ସାର୍ଟିଫିକେଟରେ ଲୋକେ କରୋନା ଟିକା ସମ୍ବନ୍ଧୀୟ ତଥ୍ୟ ଜାଣିପାରିବେ। ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି, ସାର୍ଟିଫିକେଟ ଲୋକଙ୍କୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ସହ ଯୋଗାଯୋଗ ସମ୍ଭାବନାକୁ ବଢ଼ାଇଦେବ।

ଏକ ରିପୋର୍ଟ ଅନୁଯାୟୀ, ଫେବୃୟାରୀ ୨୮ ସୁଦ୍ଧା ଚାଇନାରେ ୫ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି। ତଥାପି ବଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଚାଇନାକୁ କରୋନା ଟିକା ସହ ଅଧିକ ଦିନ ରହିବାକୁ ପଡ଼ିବ।

Share