Posted inଜାତୀୟ

କୋକୋ ଦ୍ୱୀପରେ ଚାଇନା ଗୁପ୍ତଚର ଘାଟି

ନୂଆଦିଲ୍ଲୀ, ୨।୪:  ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ମ୍ୟାନ୍‌ମାରର ଗ୍ରେଟ୍‌ କୋକୋ ଆଇଲାଣ୍ଡରେ ଚାଇନାର ସନ୍ଦିଗ୍ଧ ଗୁପ୍ତଚର ଘାଟି ନିର୍ମାଣ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମକ୍ସର ଟେକ୍‌ନୋଲୋଜିଜ୍‌ ଦ୍ୱାରା ଗତ ଜାନୁୟାରୀରେ ସଂଗୃହୀତ ସାଟେଲାଇଟ୍‌ ଫଟୋରୁ ଏହା ଜଣାପଡ଼ିଛି। ଗ୍ରେଟ୍‌ କୋକୋ ଦ୍ୱୀପର କେନ୍ଦ୍ରସ୍ଥଳରେ ଦୁଇଟି ହ୍ୟାଙ୍ଗର ଏବଂ ଉତ୍ତର ଭାଗରେ କେତେକ ବିଲ୍ଡିଂ ନିକଟରେ ନିର୍ମାଣ ହୋଇଥିବା ଏହି ଫଟୋରୁ ଜଣାପଡ଼ିଛି।
ଏଥିସହିତ ସମୁଦ୍ରକୁ ବୃହତ୍‌ ପିଅର ନିର୍ମାଣ କରାଯାଇଛି, ଯାହା ନୌସେନା କାର୍ଯ୍ୟକଳାପକୁ ବଢ଼ାଇପାରିବ। କେବଳ ସେତିକି ନୁହେଁ, ସେଠାରେ ଥିବା ଏୟାରବେସ୍‌ର ରନ୍‌ଓ୍ବେକୁ ୨,୩୦୦ ମିଟରକୁ ବୃଦ୍ଧି କରାଯାଇଛି, ଯାହାକି ୧୦ ବର୍ଷ ପୂର୍ବରୁ ମାତ୍ର ୧,୩୦୦ ମିଟର ଥିଲା। କୋକା ଦ୍ୱୀପରେ ଚାଇନାର ନିର୍ମାଣ ସମ୍ପର୍କରେ ଲଣ୍ଡନର ଚାଥମ୍‌ ହାଉସ୍‌ ପ୍ରଥମେ ଲୋକଲୋଚନକୁ ଆଣିଛି।
ମିଆଁମାର ସଶସ୍ତ୍ର ସୁରକ୍ଷା ବଳ ମଧ୍ୟ ଚାଇନା ସହାୟତାରେ କୋକୋ ଆଇଲାଣ୍ଡକୁ ନୌସେନାର ସର୍ଭିଲାନ୍ସ ଅପରେଶନରେ ପରିଣତ କରିବାକୁ ଚାହୁଁଥିବା ବିଶେଷଜ୍ଞମାନେ କହିଛନ୍ତି। ସାମରିକ ବିଦ୍ରୋହ ପରେ ମିଆଁମାର ଶାସକ ଚାଇନା କମ୍ୟୁନିଷ୍ଟ ପାର୍ଟି ଉପରେ ଅଧିକ ନିର୍ଭରଶୀଳ ହୋଇଛି, ଯାହା ସେଠାର ଜନସାଧାରଣଙ୍କ ପାଇଁ ଚିନ୍ତାଜନକ। ମିଆଁମାରର ଜନବହୁଳ ସହରଗୁଡ଼ିକରେ ଚାଇନା ପ୍ରସ୍ତୁତ ସର୍ଭିଲାନ୍ସ କ୍ୟାମେରା ବହୁ ପରିମାଣରେ ଲଗାଯାଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭୂରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, କୋକୋ ଆଇଲାଣ୍ଡରେ ଚାଇନାର ଉପସ୍ଥିତି ବଢ଼ୁଥିବାରୁ ଏହା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ରଣନୈତିକ ଅଗ୍ରଗତି ପାଇଁ ସହାୟକ ହେବ। ଏହାଦ୍ୱାରା ଷ୍ଟ୍ରେଟ୍‌ ଅଫ୍‌ ମାଲାକ୍କାକୁ ଘେରିବା ସମେତ ଭାରତ ମହାସାଗରର ବିଭିନ୍ନ ଅଞ୍ଚଳରେ ଚାଇନା ପହଞ୍ଚତ୍ପାରିବ। ଚାଇନା-ମିଆଁମାର ଇକୋନୋମିକ୍‌ କରିଡର ଜରିଆରେ ବେଜିଂ ଏହି ଦେଶରେ ବିପୁଳ ପୁଞ୍ଜିନିବେଶ କରୁଛି।
ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୋକୋ ଦ୍ୱୀପରେ ଚାଇନାର ସନ୍ଦିଗ୍ଧ ଉପସ୍ଥିତି ନୂଆ ନୁହେଁ। ୨୦୦୯ରେ ଭାରତ ଏନେଇଁ ମ୍ୟାନ୍‌ମାର ନିକଟରେ ପ୍ରତିବାଦ କରିଥିଲା। ଏପରିକି ୯୦ ଦଶକରେ ଚାଇନା ଉକ୍ତ ଦ୍ୱୀପକୁ ସାମରିକ ଏବଂ ନାଭାଲ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ବାରମ୍ବାର ରିପୋର୍ଟ ପ୍ରକାଶ ପାଇଥିଲା। ୨୦୧୪ରେ ମନୋହର ପାରିକର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଫେନ୍ସ ଷ୍ଟଡିଜ୍‌ ଆଣ୍ଡ ଆନାଲିସିସ୍‌ ପ୍ରସ୍ତୁତ କରିଥିବା ସନ୍ଦର୍ଭରେ ଚାଇନା ମ୍ୟାନ୍‌ମାରର କୋକୋ ଆଇଲାଣ୍ଡ ସମେତ ମାନଉଙ୍ଗ୍‌, ହାଇଙ୍ଗି, ଜାଡେକିରେ ରେଡିଓ ଏବଂ ମାଇକ୍ରୋଓ୍ବେଭ୍‌ ସିଗ୍‌ନାଲ ଅନୁଧ୍ୟାନ ଲାଗି ଏସ୍‌ଆଇଜିଆଇଏନ୍‌ଟି ଲିସିନିଂ ଷ୍ଟେଶନ ସ୍ଥାପନ କରିଥିବା ଉଲ୍ଲେଖ କରାଯାଇଥିଲା। ୟାଙ୍ଗୁନ୍‌, ମୌଲମେଇନ ଏବଂ ମେର୍ଗୁଇ ନିକଟରେ ଥିବା ନାଭାଲ ବେସ୍‌ରେ ଚାଇନା ରାଡାର ସ୍ଥାପନ କାମ ଚଳାଇଥିଲା। ଆଣ୍ଡାମାନ ଦ୍ୱୀପ ନିକଟରେ ମିଆଁମାର ପତାକା ଥିବା ମାଛଧରା ଟ୍ରଲରକୁ ଭାରତୀୟ ତଟସୁରକ୍ଷା ବାହିନୀ ପିଛା କରିବା ପରେ ସେଥିରେ ଥିବା ସମସ୍ତ କର୍ମଚାରୀ ଚାଇନାର ବୋଲି ଜଣାପଡ଼ିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭାରତର ତିନି ସେନା କମାଣ୍ଡ ରହିଥିବାରୁ କୋକୋ ଆଇଲାଣ୍ଡରେ ଚାଇନାର ଅବସ୍ଥିତି ବୃଦ୍ଧି ଚିନ୍ତା ବଢ଼ାଇଛି। ସେଠାରୁ ଭାରତୀୟ ସୁରକ୍ଷା ବଳର ଗୁପ୍ତ ତଥ୍ୟ ଚାଇନା ହାତରେ ପଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri