Posted inଜାତୀୟ

କୋକୋ ଦ୍ୱୀପରେ ଚାଇନା ଗୁପ୍ତଚର ଘାଟି

ନୂଆଦିଲ୍ଲୀ, ୨।୪:  ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜଠାରୁ ୫୫ କିଲୋମିଟର ଦୂରରେ ଅବସ୍ଥିତ ମ୍ୟାନ୍‌ମାରର ଗ୍ରେଟ୍‌ କୋକୋ ଆଇଲାଣ୍ଡରେ ଚାଇନାର ସନ୍ଦିଗ୍ଧ ଗୁପ୍ତଚର ଘାଟି ନିର୍ମାଣ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମକ୍ସର ଟେକ୍‌ନୋଲୋଜିଜ୍‌ ଦ୍ୱାରା ଗତ ଜାନୁୟାରୀରେ ସଂଗୃହୀତ ସାଟେଲାଇଟ୍‌ ଫଟୋରୁ ଏହା ଜଣାପଡ଼ିଛି। ଗ୍ରେଟ୍‌ କୋକୋ ଦ୍ୱୀପର କେନ୍ଦ୍ରସ୍ଥଳରେ ଦୁଇଟି ହ୍ୟାଙ୍ଗର ଏବଂ ଉତ୍ତର ଭାଗରେ କେତେକ ବିଲ୍ଡିଂ ନିକଟରେ ନିର୍ମାଣ ହୋଇଥିବା ଏହି ଫଟୋରୁ ଜଣାପଡ଼ିଛି।
ଏଥିସହିତ ସମୁଦ୍ରକୁ ବୃହତ୍‌ ପିଅର ନିର୍ମାଣ କରାଯାଇଛି, ଯାହା ନୌସେନା କାର୍ଯ୍ୟକଳାପକୁ ବଢ଼ାଇପାରିବ। କେବଳ ସେତିକି ନୁହେଁ, ସେଠାରେ ଥିବା ଏୟାରବେସ୍‌ର ରନ୍‌ଓ୍ବେକୁ ୨,୩୦୦ ମିଟରକୁ ବୃଦ୍ଧି କରାଯାଇଛି, ଯାହାକି ୧୦ ବର୍ଷ ପୂର୍ବରୁ ମାତ୍ର ୧,୩୦୦ ମିଟର ଥିଲା। କୋକା ଦ୍ୱୀପରେ ଚାଇନାର ନିର୍ମାଣ ସମ୍ପର୍କରେ ଲଣ୍ଡନର ଚାଥମ୍‌ ହାଉସ୍‌ ପ୍ରଥମେ ଲୋକଲୋଚନକୁ ଆଣିଛି।
ମିଆଁମାର ସଶସ୍ତ୍ର ସୁରକ୍ଷା ବଳ ମଧ୍ୟ ଚାଇନା ସହାୟତାରେ କୋକୋ ଆଇଲାଣ୍ଡକୁ ନୌସେନାର ସର୍ଭିଲାନ୍ସ ଅପରେଶନରେ ପରିଣତ କରିବାକୁ ଚାହୁଁଥିବା ବିଶେଷଜ୍ଞମାନେ କହିଛନ୍ତି। ସାମରିକ ବିଦ୍ରୋହ ପରେ ମିଆଁମାର ଶାସକ ଚାଇନା କମ୍ୟୁନିଷ୍ଟ ପାର୍ଟି ଉପରେ ଅଧିକ ନିର୍ଭରଶୀଳ ହୋଇଛି, ଯାହା ସେଠାର ଜନସାଧାରଣଙ୍କ ପାଇଁ ଚିନ୍ତାଜନକ। ମିଆଁମାରର ଜନବହୁଳ ସହରଗୁଡ଼ିକରେ ଚାଇନା ପ୍ରସ୍ତୁତ ସର୍ଭିଲାନ୍ସ କ୍ୟାମେରା ବହୁ ପରିମାଣରେ ଲଗାଯାଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭୂରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, କୋକୋ ଆଇଲାଣ୍ଡରେ ଚାଇନାର ଉପସ୍ଥିତି ବଢ଼ୁଥିବାରୁ ଏହା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ରଣନୈତିକ ଅଗ୍ରଗତି ପାଇଁ ସହାୟକ ହେବ। ଏହାଦ୍ୱାରା ଷ୍ଟ୍ରେଟ୍‌ ଅଫ୍‌ ମାଲାକ୍କାକୁ ଘେରିବା ସମେତ ଭାରତ ମହାସାଗରର ବିଭିନ୍ନ ଅଞ୍ଚଳରେ ଚାଇନା ପହଞ୍ଚତ୍ପାରିବ। ଚାଇନା-ମିଆଁମାର ଇକୋନୋମିକ୍‌ କରିଡର ଜରିଆରେ ବେଜିଂ ଏହି ଦେଶରେ ବିପୁଳ ପୁଞ୍ଜିନିବେଶ କରୁଛି।
ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୋକୋ ଦ୍ୱୀପରେ ଚାଇନାର ସନ୍ଦିଗ୍ଧ ଉପସ୍ଥିତି ନୂଆ ନୁହେଁ। ୨୦୦୯ରେ ଭାରତ ଏନେଇଁ ମ୍ୟାନ୍‌ମାର ନିକଟରେ ପ୍ରତିବାଦ କରିଥିଲା। ଏପରିକି ୯୦ ଦଶକରେ ଚାଇନା ଉକ୍ତ ଦ୍ୱୀପକୁ ସାମରିକ ଏବଂ ନାଭାଲ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ବାରମ୍ବାର ରିପୋର୍ଟ ପ୍ରକାଶ ପାଇଥିଲା। ୨୦୧୪ରେ ମନୋହର ପାରିକର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଫେନ୍ସ ଷ୍ଟଡିଜ୍‌ ଆଣ୍ଡ ଆନାଲିସିସ୍‌ ପ୍ରସ୍ତୁତ କରିଥିବା ସନ୍ଦର୍ଭରେ ଚାଇନା ମ୍ୟାନ୍‌ମାରର କୋକୋ ଆଇଲାଣ୍ଡ ସମେତ ମାନଉଙ୍ଗ୍‌, ହାଇଙ୍ଗି, ଜାଡେକିରେ ରେଡିଓ ଏବଂ ମାଇକ୍ରୋଓ୍ବେଭ୍‌ ସିଗ୍‌ନାଲ ଅନୁଧ୍ୟାନ ଲାଗି ଏସ୍‌ଆଇଜିଆଇଏନ୍‌ଟି ଲିସିନିଂ ଷ୍ଟେଶନ ସ୍ଥାପନ କରିଥିବା ଉଲ୍ଲେଖ କରାଯାଇଥିଲା। ୟାଙ୍ଗୁନ୍‌, ମୌଲମେଇନ ଏବଂ ମେର୍ଗୁଇ ନିକଟରେ ଥିବା ନାଭାଲ ବେସ୍‌ରେ ଚାଇନା ରାଡାର ସ୍ଥାପନ କାମ ଚଳାଇଥିଲା। ଆଣ୍ଡାମାନ ଦ୍ୱୀପ ନିକଟରେ ମିଆଁମାର ପତାକା ଥିବା ମାଛଧରା ଟ୍ରଲରକୁ ଭାରତୀୟ ତଟସୁରକ୍ଷା ବାହିନୀ ପିଛା କରିବା ପରେ ସେଥିରେ ଥିବା ସମସ୍ତ କର୍ମଚାରୀ ଚାଇନାର ବୋଲି ଜଣାପଡ଼ିଥିଲା। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭାରତର ତିନି ସେନା କମାଣ୍ଡ ରହିଥିବାରୁ କୋକୋ ଆଇଲାଣ୍ଡରେ ଚାଇନାର ଅବସ୍ଥିତି ବୃଦ୍ଧି ଚିନ୍ତା ବଢ଼ାଇଛି। ସେଠାରୁ ଭାରତୀୟ ସୁରକ୍ଷା ବଳର ଗୁପ୍ତ ତଥ୍ୟ ଚାଇନା ହାତରେ ପଡ଼ିବା ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri