Posted inଜାତୀୟ

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ, ୨୧।୧୧: ଲଦାଖକୁ ବିଶ୍ୱ ନଜରରେ ରଖି ଚାଇନା ଗୋପନରେ କେନ୍ଦ୍ରୀୟ, ସିକିମ୍‌ ଓ ପୂର୍ବ ସେକ୍ଟରରେ ବୃହତ୍‌ ସାମରିକ ଭିତ୍ତିଭୂମିର ବିକାଶ କରିବା ସହିତ ମିସାଇଲ୍‌ ମୁତୟନ ସ୍ଥଳଗୁଡ଼ିକର ସୁଦୃଢ଼ୀକରଣ କରିଛି। କେବଳ ସେତିକି ନୁହେଁ, ଏହା ମାନବବିହୀନ ଏରିଏଲ୍‌ ଯାନ ସଂଖ୍ୟା ବଢ଼ାଇଥିବାବେଳେ ତିବ୍ବତରେ ଏୟାରବେସ୍‌ର ସମ୍ପ୍ରସାରଣ କରିଛି।
ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ଚାଇନା ସୈନ୍ୟ ଅନୁପ୍ରବେଶ କରି ଭାରତୀୟ ଯବାନଙ୍କ ସହ ଦୀର୍ଘଦିନ ହେଲା ମୁହାଁମୁହିଁ ସ୍ଥିତିରେ ରହିଥିବାବେଳେ ଏହାକୁ ନେଇ ଉତ୍ତେଜନା ଲାଗିରହିଛି। ପୂର୍ବ ଲଦାଖରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ସୈନ୍ୟ ସଂଖ୍ୟା ବଢ଼ୁଥିବାରୁ ସଂଘର୍ଷ ସ୍ଥଳରେ ପୂର୍ବ ସ୍ଥିତାବସ୍ଥା ଫେରିବା ଆଶା କ୍ଷୀଣ। ଗତ କିଛିମାସ ହେଲା ପିଏଲ୍‌ଏ କେନ୍ଦ୍ରୀୟ ସେକ୍ଟରର କୌରିକ୍‌ ପାସ୍‌ ଅପରପାର୍ଶ୍ୱରେ ଥିବା ଚୁରୁପ୍‌ ଗ୍ରାମରେ ରାସ୍ତା ନିର୍ମାଣ ଜାରି ରଖିଛି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ ଦେଇ ଯାଇଥିବା ଏଲ୍‌ଏସିଠାରୁ ମାତ୍ର ୪ କିମି ଦୂରରେ ତୁନଜୁମ୍‌ ଲା’ଠାରେ ବେଜିଂ ନୂଆ କଣ୍ଟେନର ଗୃହ ରଖିଛି। ସେହିପରି ଡେମ୍‌ଚୋକ୍‌ ଏଲ୍‌ଏସିଠାରୁ ୮୨ କିଲୋମିଟର ଦୂରରେ ଥିବା ଶିକୁଆନ୍‌ ଗାରିସନ ଡିପୋ ଏବେ ଚାଇନା ସୈନ୍ୟ ଓ ଭାରୀ ଉପକରଣ ଗଚ୍ଛିତ ରଖିବାର କେନ୍ଦ୍ରସ୍ଥଳ ପାଲଟିଛି।
ପୂର୍ବ ସେକ୍ଟରରେ ମଧ୍ୟ ସମାନ ସ୍ଥିତି। ଅରୁଣାଚଳ ପ୍ରଦେଶ ସୀମାଠାରୁ ୬୦ କିମି ଦୂର ନ୍ୟାଙ୍ଗ୍‌ଲୁରେ ଥିବା ୧୯୬୨ ଯୁଦ୍ଧ ସମୟର ପିଏଲ୍‌ଏ କ୍ୟାମ୍ପ୍‌ରେ ଚାଇନା ଇଲେକ୍ଟ୍ରୋନିକ୍‌ ଯୁଦ୍ଧାସ୍ତ୍ର ମୁତୟନ କରିଛି। ସେଠାରେ ୪ଟି କାଉଣ୍ଟର ସ୍ପେସ୍‌ ଜାମର ରହିଛି, ଯାହା ଉକ୍ତ ଅଞ୍ଚଳକୁ ଭାରତର ଜିସାଟ୍‌ ଓ ଅନ୍ୟ ବ୍ୟବସାୟିକ ସାଟେଲାଇଟ୍‌ର ଦୃଷ୍ଟି ଆଢ଼ୁଆଳରେ ରଖିଛି। ୟେବିରେ ଚାଇନା ପୁଣିଥରେ ସୈନ୍ୟ ନିୟୋଜିତ କରିବା ସହ ବୁମ୍‌ ଲା’ରେ ସର୍ଭିଲାନ୍ସ ବଢ଼ାଇଛି। ଚାଙ୍ଗମୁରେ ଯୋଗାଯୋଗ ଟାଓ୍ବାର ସ୍ଥାପନ ସହ ୩,୪୮୮ କିଲୋମିଟର ଦୀର୍ଘ ଏଲ୍‌ଏସିରେ ଚାଇନା ଏହାର ଗୋଇନ୍ଦା କାର୍ଯ୍ୟକୁ ବଢ଼ାଇଦେଇଛି। ଏଲ୍‌ଏସିର ପଶ୍ଚିମ ସେକ୍ଟରଠାରୁ ୪୭୫ କିଲୋମିଟର ଦୂର କଶଗର ଏୟାରବେସ୍‌ରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ମୁତୟନ ଥିବାବେଳେ ସେଠାରେ ନୂଆ ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚର ସ୍ଥାପନ କରାଯାଇଛି। କଶଗର ଓ ହୋଟନ ବେସ୍‌ରେ ବୃହତ୍‌ ପରିବହନ ବିମାନ ରଖାଯାଇଥିବା ଜଣେ ଭାରତୀୟ ସେନା କମାଣ୍ଡର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri