Posted inଜାତୀୟ

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ, ୨୧।୧୧: ଲଦାଖକୁ ବିଶ୍ୱ ନଜରରେ ରଖି ଚାଇନା ଗୋପନରେ କେନ୍ଦ୍ରୀୟ, ସିକିମ୍‌ ଓ ପୂର୍ବ ସେକ୍ଟରରେ ବୃହତ୍‌ ସାମରିକ ଭିତ୍ତିଭୂମିର ବିକାଶ କରିବା ସହିତ ମିସାଇଲ୍‌ ମୁତୟନ ସ୍ଥଳଗୁଡ଼ିକର ସୁଦୃଢ଼ୀକରଣ କରିଛି। କେବଳ ସେତିକି ନୁହେଁ, ଏହା ମାନବବିହୀନ ଏରିଏଲ୍‌ ଯାନ ସଂଖ୍ୟା ବଢ଼ାଇଥିବାବେଳେ ତିବ୍ବତରେ ଏୟାରବେସ୍‌ର ସମ୍ପ୍ରସାରଣ କରିଛି।
ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ଚାଇନା ସୈନ୍ୟ ଅନୁପ୍ରବେଶ କରି ଭାରତୀୟ ଯବାନଙ୍କ ସହ ଦୀର୍ଘଦିନ ହେଲା ମୁହାଁମୁହିଁ ସ୍ଥିତିରେ ରହିଥିବାବେଳେ ଏହାକୁ ନେଇ ଉତ୍ତେଜନା ଲାଗିରହିଛି। ପୂର୍ବ ଲଦାଖରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ସୈନ୍ୟ ସଂଖ୍ୟା ବଢ଼ୁଥିବାରୁ ସଂଘର୍ଷ ସ୍ଥଳରେ ପୂର୍ବ ସ୍ଥିତାବସ୍ଥା ଫେରିବା ଆଶା କ୍ଷୀଣ। ଗତ କିଛିମାସ ହେଲା ପିଏଲ୍‌ଏ କେନ୍ଦ୍ରୀୟ ସେକ୍ଟରର କୌରିକ୍‌ ପାସ୍‌ ଅପରପାର୍ଶ୍ୱରେ ଥିବା ଚୁରୁପ୍‌ ଗ୍ରାମରେ ରାସ୍ତା ନିର୍ମାଣ ଜାରି ରଖିଛି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡ ଦେଇ ଯାଇଥିବା ଏଲ୍‌ଏସିଠାରୁ ମାତ୍ର ୪ କିମି ଦୂରରେ ତୁନଜୁମ୍‌ ଲା’ଠାରେ ବେଜିଂ ନୂଆ କଣ୍ଟେନର ଗୃହ ରଖିଛି। ସେହିପରି ଡେମ୍‌ଚୋକ୍‌ ଏଲ୍‌ଏସିଠାରୁ ୮୨ କିଲୋମିଟର ଦୂରରେ ଥିବା ଶିକୁଆନ୍‌ ଗାରିସନ ଡିପୋ ଏବେ ଚାଇନା ସୈନ୍ୟ ଓ ଭାରୀ ଉପକରଣ ଗଚ୍ଛିତ ରଖିବାର କେନ୍ଦ୍ରସ୍ଥଳ ପାଲଟିଛି।
ପୂର୍ବ ସେକ୍ଟରରେ ମଧ୍ୟ ସମାନ ସ୍ଥିତି। ଅରୁଣାଚଳ ପ୍ରଦେଶ ସୀମାଠାରୁ ୬୦ କିମି ଦୂର ନ୍ୟାଙ୍ଗ୍‌ଲୁରେ ଥିବା ୧୯୬୨ ଯୁଦ୍ଧ ସମୟର ପିଏଲ୍‌ଏ କ୍ୟାମ୍ପ୍‌ରେ ଚାଇନା ଇଲେକ୍ଟ୍ରୋନିକ୍‌ ଯୁଦ୍ଧାସ୍ତ୍ର ମୁତୟନ କରିଛି। ସେଠାରେ ୪ଟି କାଉଣ୍ଟର ସ୍ପେସ୍‌ ଜାମର ରହିଛି, ଯାହା ଉକ୍ତ ଅଞ୍ଚଳକୁ ଭାରତର ଜିସାଟ୍‌ ଓ ଅନ୍ୟ ବ୍ୟବସାୟିକ ସାଟେଲାଇଟ୍‌ର ଦୃଷ୍ଟି ଆଢ଼ୁଆଳରେ ରଖିଛି। ୟେବିରେ ଚାଇନା ପୁଣିଥରେ ସୈନ୍ୟ ନିୟୋଜିତ କରିବା ସହ ବୁମ୍‌ ଲା’ରେ ସର୍ଭିଲାନ୍ସ ବଢ଼ାଇଛି। ଚାଙ୍ଗମୁରେ ଯୋଗାଯୋଗ ଟାଓ୍ବାର ସ୍ଥାପନ ସହ ୩,୪୮୮ କିଲୋମିଟର ଦୀର୍ଘ ଏଲ୍‌ଏସିରେ ଚାଇନା ଏହାର ଗୋଇନ୍ଦା କାର୍ଯ୍ୟକୁ ବଢ଼ାଇଦେଇଛି। ଏଲ୍‌ଏସିର ପଶ୍ଚିମ ସେକ୍ଟରଠାରୁ ୪୭୫ କିଲୋମିଟର ଦୂର କଶଗର ଏୟାରବେସ୍‌ରେ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ମୁତୟନ ଥିବାବେଳେ ସେଠାରେ ନୂଆ ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚର ସ୍ଥାପନ କରାଯାଇଛି। କଶଗର ଓ ହୋଟନ ବେସ୍‌ରେ ବୃହତ୍‌ ପରିବହନ ବିମାନ ରଖାଯାଇଥିବା ଜଣେ ଭାରତୀୟ ସେନା କମାଣ୍ଡର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri