ରୁଷିଆ ପ୍ରତି ଅର୍ଥ ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖିଛି ଚାଇନା

ମସ୍କୋ,୨୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୫ ଦିନ ହେବ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢ଼େଇ ବନ୍ଦ ପାଇଁ ନାଁ ନେଉନି। ଅନେକ ଆଲୋଚନା ଏବଂ ବୈଠକ ପରେ ମଧ୍ୟ ଯୁଦ୍ଧକୁ ନେଇ ଉତ୍ତେଜନା ଲାଗିରହିଛି। ଏସବୁ ମଧ୍ୟରେ ଚାଇନା ଚୁପଚାପ୍‌ ମସ୍କୋଠାରୁ ନିଜକୁ ଦୂରେଇ ରଖିଛି। ଚାଇନା ଏପରି କରୁଛି କାରଣ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ଦ୍ୱାରା ରୁଷିଆର ଅର୍ଥନୈତିକ ପ୍ରଭାବିତ ହେଉଛି। ।

ଗତ ମାସରେ ଦୁଇ ଦେଶ ଘୋଷଣା କରିଥିଲେ ଯେ, ସେମାନଙ୍କର ବନ୍ଧୁତ୍ୱର କୌଣସି ସୀମା ନାହିଁ। ଯେଉଁଥିପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଏବଂ ରୁଷିଆ ଉପରେ ପ୍ରଶ୍ନ କରୁଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବେଜିଂ ନିନ୍ଦା କରିବାକୁ ମନା କରି ଦେଇଛି। ଅନେକ ଦେଶ ରୁଷିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ବର୍ତ୍ତମାନ ଚାଇନା ଏକ ନୂତନ ଆଭିମୁଖ୍ୟ ଗ୍ରହଣ କରୁଛି।

ରୁଷିଆ ସହିତ ସମ୍ପର୍କକୁ ନେଇ ଚାଇନା କମ୍ପାନୀଗୁଡ଼ିକ ଆମେରିକାର ପ୍ରତିବନ୍ଧକ ସାମ୍ନା କରିପାରନ୍ତି ବୋଲି କଳ୍ପନାଜଳ୍ପନା ଗତ କିଛି ଦିନ ମଧ୍ୟରେ ଚାଇନାର ଷ୍ଟକ୍‌ରେ ଏକ ବିକ୍ରିରେ ସହାୟକ ହୋଇଥିଲା। ବେଜିଂ ଏହାର ଅଭିବୃଦ୍ଧିଶୀଳ ଅର୍ଥନୀତିକୁ ବୃଦ୍ଧି କରିବା ଏବଂ ଆର୍ଥିକ ବଜାରକୁ ସ୍ଥିର ରଖିବା ପାଇଁ ଲାଗୁ ହୋଇଥିବା ନୀତି ଅନୁସରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା।

Share