Posted inଜାତୀୟ

ଚାଇନା ମୋ ସହିତ ଆଲୋଚନା କରିବାକୁ ଆଗ୍ରହୀ: ଦଲାଇ ଲାମା…

ଧର୍ମଶାଲା,୮।୭ : ବୈଦ୍ଧ ନେତା ଦଲାଇ ଲାମା କହିଛନ୍ତି ତିବ୍ଦତର ସମସ୍ୟା ସମ୍ପର୍କରେ ସେ ଚାଇନା ସହ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ। ଚାଇନା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଧାର୍ମିକ ନେତା କହିଛନ୍ତି ବର୍ତ୍ତମାନ ଚାଇନା ତିବ୍ଦତର ଲୋକଙ୍କ ସାହସକୁ ହୃଦୟଙ୍ଗମ କରିଛି। ସେଥିପାଇଁ ତିବ୍ଦତର ସମସ୍ୟାର ସମାଧାନ ପାଇଁ ଚାଇନା ନେତାମାନେ ମୋ ସହ ଯୋଗାଯୋଗ କରୁଛନ୍ତି। ଦିଲ୍ଲୀ-ଲଦାଖ ଯିବା ପୂର୍ବରୁ ଦଲାଇ ଲାମା ଧର୍ମଶାଲାରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଏହି ସୂଚନା ଦେଇଛନ୍ତି।

ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଦଲାଇ ଲାମା କହିଛନ୍ତି ତିବ୍ଦତ ଦୀର୍ଘ ବର୍ଷ ଧରି ଚାଇନା ଦଖଲରେ ଅଛି। ଆମେ ସମ୍ପୂର୍ଣ୍ଣ ସ୍ବାଧୀନତା ଚାହୁଁଛୁ। ଚାଇନା ତିବ୍ଦତ ପ୍ରତି ଦମନକାରୀ ନୀତି ଆପଣାଇଛି। କିନ୍ତୁ ବର୍ତ୍ତମାନ ଚାଇନା ନିଜର ଭୁଲକୁ ସଂଶୋଧନ କରିବାକୁ ଚାହୁଁଛି। ଚାଇନା ବର୍ତ୍ତମାନ ବଦଳୁଛି। ଦଲାଇ ଲାମା କହିଛନ୍ତି ମୁଁ ଚୀନ ଉପରେ କିମ୍ବା ତିବ୍ଦତ ପ୍ରତି ଏକ ଅତ୍ୟାଚାରକାରୀ ମନୋଭାବ ଗ୍ରହଣ କରିଥିବା ନେତାଙ୍କ ଉପରେ ରାଗି ନାହିଁ। ଐତିହାସିକ ଭାବରେ ଚାଇନା ଏକ ବୌଦ୍ଧ ଦେଶ ଅଟେ।

ସେଠାରେ ଥିବା ବୌଦ୍ଧ ମଠ ଏବଂ ବିହାରଗୁଡ଼ିକ ଏହାର ପ୍ରମାଣ ଦେଉଛି । ମୁଁ ସେହି ମଠ ଏବଂ ମନ୍ଦିରଗୁଡିକ ମଧ୍ୟ ପରିଦର୍ଶନ କରିଛି। ଦଲାଇ ଲାମା କହିଛନ୍ତି ତିବ୍ଦତୀୟ ସଂସ୍କୃତି ଏବଂ ଧର୍ମ ବିଷୟରେ ଜ୍ଞାନ ସମଗ୍ର ବିଶ୍ୱ ପାଇଁ ଲାଭଦାୟକ ହେବ। ମୁଁ ଅନ୍ୟ ଧର୍ମ ଏବଂ ସେମାନଙ୍କର ପରମ୍ପରାକୁ ମଧ୍ୟ ସମ୍ମାନ କରେ। ପ୍ରେମ ଏବଂ କରୁଣା ବିସ୍ତାର କରିବାକୁ ମୁଁ ବିଶ୍ୱର ମୋର ସମସ୍ତ ଅନୁଗାମୀମାନଙ୍କୁ ଏକ ବାର୍ତ୍ତା ଦେଉଛି। ଦଲାଇ ଲାମା କହିଛନ୍ତି ମୁଁ ଭାବୁଛି ମୁଁ ୧୦୦ ବର୍ଷରୁ ଅଧିକ ବଞ୍ଚିବି। ଆପଣମାନେ ମୋ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri