କରୋନା ସଂକ୍ରମଣ ତଥ୍ୟ ଲୁଚାଉଛି ଚାଇନା, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକାଇଲା ଚାପ…

ଜେନେଭା/ବେଜିଂ,୧୫।୧୨ : ବୁଧବାର ଠାରୁ ଚାଇନା ଏହାର ଦୈନିକ କରୋନା ଆକ୍ରାନ୍ତଙ୍କ ସଂକ୍ରମଣ ରିପୋର୍ଟକୁ ହ୍ରାସ କରିଛି। ଦେଶରେ କରୋନାର ଦୈନିକ ସଂକ୍ରମଣ ମାମଲା ରେକର୍ଡ ବଢୁଥିବାର ଚାଇନା ଏଭଳି କରିଥିବା କୁହାଯାଉଛି। ପ୍ରକୃତରେ, ଶୂନ-କୋଭିଡ ନୀତି ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ଚାପରେ ଚାଇନ ସରକାର କଟକଣା କୋହଳ କରିବା ପରେ ପିସିଆର ପରୀକ୍ଷଣ ମଧ୍ୟ କମିଛି। ଏହା ପରେ ଦେଶ ସଂକ୍ରମଣ ମାମଲା ସଂଖ୍ୟା ଉପରେ ଦୈନିକ ତଥ୍ୟ ପ୍ରକାଶନ ବନ୍ଦ କରି ଦେଇଛି।

କରୋନା ସଂକ୍ରମଣ ତଥ୍ୟ ଚାଇନା ଲୁଚାଉ ଥିବାରୁ ଏନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ବୁଧବାର ଚାଇନାକୁ କରୋନା ସଂକ୍ରମଣ ସହ ଜଡିତ ତଥ୍ୟ ଦେବାକୁ କହିଛନ୍ତି। ଏହି ଭାଇରସର ଉତ୍ପତ୍ତି ବିଷୟରେ ଭଲ ଭାବରେ ଜାଣିବା ପାଇଁ ଆମେ ଚାଇନାକୁ ତଥ୍ୟ ବାଣ୍ଟିବାକୁ ଏବଂ ଅନୁରୋଧ କରାଯାଇଥିବା ଅଧ୍ୟୟନ କରିବାକୁ କହୁଛୁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ୱେବସାଇଟରେ ଏକ ବିବୃତ୍ତିରେ ଏହା କହିଛନ୍ତି।

Share