Posted inଜାତୀୟ

ପାକିସ୍ତାନକୁ ସହାୟତା ଦେଉଛି ଚାଇନା

ନୂଆଦିଲ୍ଲୀ, ୨୬ା୬ : ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ଲାଗି ପାକିସ୍ତାନକୁ ଚାଇନା ସହାୟତା ଯୋଗାଇ ଦେଇଆସୁଛି। ସୀମାରେ ଯୋଗାଯୋଗ ଟାଓ୍ବାର ନିର୍ମାଣ, ଭୂତଳ କେବୁଲ ବିଛାଇବାରେ ଚାଇନା ସହାୟତା କରିବା ସହ ଡ୍ରୋନ୍‌ ଏବଂ ଲଢ଼ୁଆ ବିମାନ ଯୋଗାଇ ଦେଉଥିବା ଜଣେ ଅଧିକାରୀ କହିଛନ୍ତି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ରାସ୍ତା ଏବଂ ହାଇଡେଲ୍‌ ପ୍ରୋଜେକ୍ଟ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଚାଲିଥିବାବେଳେ ଏହାକୁ ସୁରକ୍ଷା ଯୋଗାଇଦେବା ନାଁରେ ଚାଇନା ଏଲ୍‌ଓସିରେ ଇସ୍‌ଲାମାବାଦକୁ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣରେ ସହାୟତା କରିଆସୁଥିବା ସେ କହିଛନ୍ତି। ନିକଟରେ ଏଲ୍‌ଓସିର କେତେକ ସ୍ଥାନରେ ଟ୍ରକ୍‌ରେ ଲଦାହୋଇଥିବା ଏସ୍‌ଏଚ୍‌-୧୫ ତୋପ ଦେଖିବାକୁ ମିଳିଥିଲା। ଗତବର୍ଷ ପାକିସ୍ତାନ ଦିବସ ଅବସରରେ ଉକ୍ତ ତୋପ ପ୍ରଦର୍ଶନ କରାଯାଇଥିଲା। ୨୩୬ଟି ଏସ୍‌ଏଚ୍‌୧୫ ତୋପ ଯୋଗାଇଦେବା ଲାଗି ପାକିସ୍ତାନ ଚାଇନାର ନର୍ଥ ଇଣ୍ଡଷ୍ଟ୍ରିଜ୍‌ ଗ୍ରୁପ୍‌ କର୍ପୋରେଶନ ଲିମିଟେଡ୍‌ ସହ ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ତୋପର ପ୍ରଥମ ବ୍ୟାଚ୍‌ ଗତବର୍ଷ ଜାନୁୟାରୀରେ ପାକିସ୍ତାନକୁ ମିଳିଥିଲା। ବେଜିଂର ୪୬ ବିଲିୟନ ଡଲାର ସିପିଇସି ପ୍ରକଳ୍ପ ଅଧୀନରେ କରାଚିର ଗ୍ବାଦର ପୋର୍ଟକୁ ଚାଇନାର ଜିନିଜିଆଙ୍ଗ ପ୍ରଦେଶ ସହ କାରାକୋରମ ହାଇଓ୍ବେ ଜରିଆରେ ସଂଯୋଗ କରାଯିବ, ଯାହାକୁ ଚାଇନା ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ଚାଇନା ସୈନ୍ୟ ପାକିସ୍ତାନରେ ରହିଛନ୍ତି। ଏହା ବ୍ୟତୀତ ପିଓକେର ଲିପା ଭ୍ୟାଲିରେ ଚାଇନା ବିଶେଷଜ୍ଞମାନେ କେତେକ ସୁଡ଼ଙ୍ଗ ନିର୍ମାଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

ରିଷିଡା ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ; ଛୁଟିରେ ଡାକ୍ତର, ରୋଗୀ ହନ୍ତସନ୍ତ

ରିଷିଡା, ୬।୮(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଆଜକୁ ପ୍ରାୟ ୨ମାସ ହେଲା ଛୁଟିରେ ରହିଛନ୍ତି । ଫଳରେ ରୋଗୀ…

ଗିଲଙ୍କୁ ନେଇ ବଢିଲା ଟିମ ଇଣ୍ଡିଆର ଟେନସନ! ଶ୍ରୀଲଙ୍କା ଟେଷ୍ଟ ସିରିଜ ପୂର୍ବରୁ…

ନୂଆଦିଲ୍ଲୀ,୬।୮: ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅଗଷ୍ଟ ୧୫ରୁ ଶ୍ରୀଲଙ୍କାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହା ପୂର୍ବରୁ, ‘ମେନ ଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri