କରୋନା ମହାମାରୀ ସହିତ କଡ଼ା ମୁକାବିଲା କରୁଛି ଚାଇନା: ଜିନପିଙ୍ଗ୍‌ଙ୍କ ନୂଆବର୍ଷ ବାର୍ତ୍ତା…

ବେଜିଂ,୩୧।୧୨ : ଚାଇନାରେ କରୋନା ମହାମାରୀ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି। ଦେଶ ମହାମାରୀ ସହିତ କଡ଼ରା ମୁକାବିଲା କରୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ ନୂଆବର୍ଷର ବାର୍ତ୍ତାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତିି। ଅଣାୟତ୍ତ ସ୍ଥିତିର ମୁକାବିଲା କରିବା କଷ୍ଟକର ହେଉଥିବା ସେ କହିଛନ୍ତି। ତେବେ ଏଥିରୁ ମୁକୁଳିବାର ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚାଇନାରେ ଦୈନିକ ସଂକ୍ରମଣ ୩୭ ଲକ୍ଷ ଟପିଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ୯ ହଜାର ରହିଛି। ଏଭଳି ଜାରି ରହିଲେ ଜାନୁୟାରୀ ୨୩ ସୁଦ୍ଧା ଦେଶରେ ୫ ଲକ୍ଷ ୮୪ ହଜାର ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଏହା ସହିତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୮୬ ଲକ୍ଷ ହେବାର ଆଶଙ୍କା ରହିଛି। ଦେଶରେ ଶହେକୋଟିରୁ ଅଧିକ ଲୋକ କରୋନା ମହାମାରୀରେ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତିି।

Share