ଏଭରେଷ୍ଟରେ କୋଭିଡ୍‌ ରେଖା ଟାଣୁଛି ଚାଇନା

ବେଜିଂ, ୧୨ା୫: ବିଶ୍ୱର ସର୍ବୋଚ୍ଚ ପର୍ବତ ଏଭରେଷ୍ଟରେ ଚାଇନା କୋଭିଡ୍‌ ରେଖା ଟାଣିବାକୁ ଯୋଜନା କରିଛି। ନେପାଳରେ କରୋନା ସଂକ୍ରମଣର ବ୍ୟାପକ ଭାବେ ବଢ଼ିଚାଲିଥିବାବେଳେ ସେହି ଦେଶର ପର୍ବତାରୋହୀ ଯେପରି ଚାଇନା ନାଗରିକଙ୍କୁ ଭୂତାଣୁ ନ ବାଣ୍ଟନ୍ତୁ ସେଥିପାଇଁ ବେଜିଂ ଏହି ବିଭାଜନ ରେଖା ଟାଣିବାକୁ ଯାଉଛି। ଚାଇନା ଓ ନେପାଳ ସୀମାରେ ଏଭରେଷ୍ଟ ରହିଥିବାବେଳେ ଉଭୟ ପଟରୁ ଏହି ପର୍ବତରେ ଚଢ଼ିହେବ। ମହାମାରୀ ଯୋଗୁ ନେପାଳର ପର୍ଯ୍ୟଟନ କ୍ଷେତ୍ର ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି। ଏ ଯାଏ ନେପାଳ ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ହେଉଥିବା ପର୍ବତ ଆରୋହଣ ଉପରେ କଟକଣା ଲଗାଇନାହିଁ। କିନ୍ତୁ ମହାମାରୀ ଆରମ୍ଭରୁ ଏ ପର୍ଯ୍ୟନ୍ତ ଚାଇନା ବିଦେଶୀ ନାଗରିକଙ୍କୁ ନିଜ ସୀମା ଦେଇ ପର୍ବତ ଆରୋହଣକୁ ଅନୁମତି ଦେଇନାହିଁ।

Share