Categories: ଜାତୀୟ

ପଙ୍ଗୋଙ୍ଗ ହ୍ରଦରେ ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୨୧।୫ : ପୂର୍ବ ଲଦାଖ ଅନ୍ତର୍ଗତ ପଙ୍ଗୋଙ୍ଗ ସୋ’ରେ ଚାଇନା ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି। ଚଳିତ ବର୍ଷ ଆରମ୍ଭରେ ସେଠାରୁ କିଛି ଦୂରରେ ବେଜିଂ ପ୍ରଥମ ବ୍ରିଜ୍‌ ନିର୍ମାଣ କରିଥିଲା। ନିର୍ମାଣ ହେଉଥିବା ଅଞ୍ଚଳକୁ ଚାଇନା ବେଆଇନ ଭାବେ ଦଖଲ କରିଛି। ଏହାର ଅଯଥା ଦାବି ଓ ନିର୍ମାଣକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ଶୁକ୍ରବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୀମା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିର ସୁରକ୍ଷା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି।

Share