Posted inଜାତୀୟ

ଉତ୍ତରାଖଣ୍ଡରେ ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ, ୨୭ା୫: ସୀମା ବିବାଦକୁ ନେଇ ଭାରତ ସହ ଦୀର୍ଘଦିନ ମୁହାଁମୁହିଁ ସ୍ଥିତି ଲାଗିରହିବା ପରେ ଚାଇନା ଏବେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଠାରୁ ୧୧ କିଲୋମିଟର ଭିତରକୁ ଅର୍ଥାତ୍‌ ଉତ୍ତରାଖଣ୍ଡ ନିକଟରେ ସୀମା ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଛି। ଏହି ଗ୍ରାମରେ ୨୫୦ ଘର ରହିଛି। ସେହିପରି ଏଲ୍‌ଏସିଠାରୁ ୩୫ କିଲୋମିଟର ଦୂର ଉତ୍ତରାଖଣ୍ଡରେ ବେଜିଂ ଆଉ ୫୫-୫୬ ଘର ନିର୍ମାଣ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ତତ୍ତ୍ୱାବଧାନରେ ଏହିସବୁ ନିର୍ମାଣ କାର୍ଯ୍ୟ ଚାଲିଛି। ସୀମାନ୍ତ ପୂର୍ବାଞ୍ଚଳ ସେକ୍ଟରରେ ମୋଟ ୪୦୦ ଗ୍ରାମ ନିର୍ମାଣ କରିବା ପାଇଁ ଚାଇନା ଯୋଜନା କରିଛି। ଚାଇନାକୁ ଲାଗି ଉତ୍ତରାଖଣ୍ଡର ୩୫୦ କିଲୋମିଟର ସୀମା ରହିଛି। ଅଧିକାଂଶ ସୀମାନ୍ତ ଗ୍ରାମର ଲୋକେ ଜୀବିକା ଅନ୍ବେଷଣରେ ବାହାରକୁ ଯାଇଥାନ୍ତି। ଚାଇନା ନିର୍ମାଣ କରୁଥିବା ଗ୍ରାମଗୁଡ଼ିକ ବଡ଼ ବଡ଼ କମ୍ପ୍ଲେକ୍ସ, ଯେଉଁଥିରେ ବିଭିନ୍ନ ସୁବିଧା ରହିଛି।
ଉତ୍ତରାଖଣ୍ଡର ଘାଟ୍ରଆବଗାର-ଲିପୁଲେଖ ରାସ୍ତାର ବୁନ୍ଦି ଏବଂ ଗାର୍‌ବିୟାଙ୍ଗ ମଝିରେ ୬ କିଲୋମିଟର ଟନେଲ ନିର୍ମାଣ କରାଯିବ ବୋଲି ଜଣେ ବରିଷ୍ଠ ବିଆର୍‌ଓ ଅଧିକାରୀ କହିଛନ୍ତି। ଏହା ଦ୍ୱାରା ଭାରତ-ଚାଇନା ସୀମାର ଲିପୁଲେଖ୍‌ ଗିରିପଥର ଶେଷ ସୀମାନ୍ତ ଘାଟିରେ ପହଞ୍ଚତ୍ବା ସହଜ ହୋଇପାରିବ। ଟନେଲ ନିର୍ମାଣ ପାଇଁ ଆଟିନକ୍‌ ଇଣ୍ଡିଆ କନ୍‌ସଲ୍ଟାଣ୍ଟସ୍‌ ସର୍ଭେ କାର୍ଯ୍ୟ ଚଳାଇଛି। ଭୁଟାନ୍‌ର ଆମୋ ଚୁ ନଦୀ ଉପତ୍ୟକାରେ ଚାଇନା ବ୍ୟାପକ ନିର୍ମାଣ କାର୍ଯ୍ୟ ଚଳାଇଥିବାରୁ ଗତମାସରେ ଭାରତୀୟ ସେନା ଗମ୍ଭୀର ଚିନ୍ତା ପ୍ରକଟ କରିଥିଲା। ଆମୋ ଚୁରେ ପିଏଲ୍‌ଏ ଏହାର ସୈନ୍ୟମାନଙ୍କ ପାଇଁ ସ୍ଥାୟୀ ବାସସ୍ଥଳୀ ଏବଂ ଯୋଗାଯୋଗ ଟାଓ୍ବାର ନିର୍ମାଣ କରୁଥିବାର ଚିତ୍ର ଭାରତୀୟ ଗଣମାଧ୍ୟମର ହସ୍ତଗତ ହୋଇଥିଲା। ଏହି ଅଞ୍ଚଳ ଡୋକଲାମ୍‌ ନିକଟବର୍ତ୍ତୀ। ସେଠାରେ ଚାଇନା ସୈନ୍ୟଙ୍କ ପାଇଁ ପାଖାପାଖି ୧,୦୦୦ ସ୍ଥାୟୀ ଘର ସାଙ୍ଗକୁ ଅନେକ ଅସ୍ଥାୟୀ ସେଡ୍‌ ମଧ୍ୟ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri