୨୧ ସାମରିକ ବିମାନ, ୬ ନୌସେନା ଜାହାଜ ସହ ତାଇଓ୍ବାନରେ ପଶିଲା ଚାଇନା

ତାଇପେ,୩ା୩: ତାଇଓ୍ବାନର ଚାରିପାଖରେ ୨୧ଟି ଚାଇନା ସାମରିକ ବିମାନ ଏବଂ ୬ଟି ନୌସେନା ଜାହାଜ ଚିହ୍ନଟ କରାଯାଇଛି। ତାଇଓ୍ବାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇ କହିଛି ଯେ, ଏହି ବିମାନଗୁଡ଼ିକ ଶନିବାର ସକାଳ ୬ରୁ ରବିବାର ସକାଳ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା।

୨୧ଟି ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ବିମାନ ମଧ୍ୟରୁ ଚାଇନାର ଡ୍ରୋନ ତାଇଓ୍ବାନ ଷ୍ଟ୍ରାଇଟ୍‌ ମିଡିଲ୍‌ ଲାଇନ ପାର ହୋଇ ତାଇଓ୍ବାନର ବାୟୁ ପ୍ରତିରକ୍ଷା ଚିହ୍ନଟ ଜୋନ୍‌ (ଏଡିଆଇଜେଡ୍‌)ର ଦକ୍ଷିଣ-ପଶ୍ଚିମ କୋଣରେ ପ୍ରବେଶ କରିଛି।

ଚାଇନାର କାର୍ଯ୍ୟାନୁଷ୍ଠାନ ପରେ ତାଇଓ୍ବାନ ପିଏଲ୍‌ଏ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ନିୟୋଜିତ କରିଛି ବୋଲି ତାଇଓ୍ବାନ ରିପୋର୍ଟ କରିଛି। ୧୦ଟି ବିମାନ ତାଇଓ୍ବାନ ଷ୍ଟ୍ରାଇଟ୍‌ର ସେଣ୍ଟର୍‌ ଲାଇନ ଅତିକ୍ରମ କରି ତାଇଓ୍ବାନର ଏସ୍‌ଡବ୍ଲ୍ୟୁ ଏଡିଆଇଜେଡ୍‌ରେ ପ୍ରବେଶ କଲା। ତାଇଓ୍ବାନ ସଶସ୍ତ୍ର ବାହିନୀ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏହାର ଜବାବ ଦେବା ପାଇଁ ଉପଯୁକ୍ତ ବାହିନୀ ନିୟୋଜିତ କରିଛନ୍ତି।

Share