Posted inଜାତୀୟ

ଚକ୍ରବୂ୍ୟହରେ ଚାଇନା

ନୂଆଦିଲ୍ଲୀ,୫ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଅତିକ୍ରମ କରି ଲଦାଖର କେତେକ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଚାଇନା ଭାରତ ସହ ସୀମାବିବାଦ ବଢ଼ାଇଥିବାବେଳେ ସେପଟେ ଅନ୍ୟ ପଡୋଶୀ ଦେଶଗୁଡ଼ିକର ସୀମା ଅତିକ୍ରମ କରିବାକୁ ଉଦ୍ୟମ ଚଳାଇଛି। ଚାଇନାର ଏଭଳି ବିସ୍ତାରବାଦୀ ଚିନ୍ତାଧାରା ଉପରେ ରୋକ୍‌ ଲଗାଇବା ପାଇଁ ଆମେରିକା ସମେତ ବିଭିନ୍ନ ଦେଶ ଏକାଠି ହୋଇଛନ୍ତି। ବିବାଦୀୟ ଦକ୍ଷିଣ ଚାଇନା ସମୁଦ୍ରରେ ସମରାଭ୍ୟାସ ପାଇଁ ଆମେରିକା ନୌସେନା ଏହାର ଦୁଇଟି ଆଣବିକ କ୍ଷମତାସମ୍ପନ୍ନ ଯୁଦ୍ଧବିମାନବାହୀ ନୌବହର ୟୁଏସ୍‌ଏସ୍‌ ନିମିଜ୍‌ ଏବଂ ୟୁଏସ୍‌ଏସ୍‌ ରୋନାଲ୍ଡ ରେଗାନକୁ ସେଠାକୁ ପଠାଇଛି। ଆମେରିକାର ଏହି ସୁପରକ୍ୟାରିୟରଗୁଡ଼ିକ ତାଇଓ୍ବାନ ଏବଂ ଫିଲିପାଇନ୍ସର ଲୁଜୋନ ଦ୍ୱୀପ ମଧ୍ୟରେ ଥିବା ଲୁଜୋନ ଷ୍ଟ୍ରେଟ୍‌ ଅତିକ୍ରମ କରିସାରିଲେଣି। ଏହି ପ୍ରଣାଳୀ ଫିଲିପାଇନ୍‌ ସାଗରକୁ ଦକ୍ଷିଣ ଚାଇନା ସାଗର ସହ ସଂଯୋଗ କରୁଛି।
ବିବାଦୀୟ ଜଳରାଶିରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନୌବାହିନୀ ସମରାଭ୍ୟାସ ଚଳାଇଥିବାରୁ ପଡୋଶୀ ରାଷ୍ଟ୍ର ଏବଂ ଆମେରିକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଉକ୍ତ ଅଞ୍ଚଳରେ ଚାଇନା ପ୍ରଭାବ ହ୍ରାସ କରିବା ପାଇଁ ଆମେରିକା ଦୁଇଟି ନୌବହର ପଠାଇଥିବା କୁହାଯାଉଛି। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମୁକ୍ତ ଓ ଅବାଧ ଜାହାଜ ଚଳାଚଳରେ ସହଯୋଗ ଲାଗି ନୌବହର ପଠାଯାଇଥିବା ଆମେରିକା ନୌସେନା ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତା ପ୍ରତି ଆମେରିକା ପ୍ରତିଶ୍ରୁତିବଦ୍ଧ। ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ସ୍ପଷ୍ଟ ସୂଚନା ଦେବା ଯୁଦ୍ଧଜାହାଜ ପଠାଇବାର ଉଦ୍ଦେଶ୍ୟ ବୋଲି ୟୁଏସ୍‌ଏସ୍‌ ରୋନାଲ୍ଡ ରେଗାନ୍‌ର କମାଣ୍ଡର ରିଅର ଆଡମିରାଲ୍‌ ଜର୍ଜ ଏମ୍‌. ଓ୍ବିକୋଫ୍‌ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲକୁ କହିଛନ୍ତି। ଦକ୍ଷିଣ ଚାଇନା ସାଗର ଦେଇ ବର୍ଷକୁ ୩ ଟ୍ରିଲିୟନ ଡଲାର ମୂଲ୍ୟର ବାଣିଜ୍ୟ କାରବାର ହେଉଥିବାବେଳେ ଏହାର ୯୦ ପ୍ରତିଶତ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରୁଛି। ଗତ ଦଶନ୍ଧିରେ ବେଜିଂ ସେଠାରେ ଏକ କୃତ୍ରିମ ଦ୍ୱୀପ ସୃଷ୍ଟି କରି ନିଜର ସାମରିକ ଘାଟି ଓ ଏୟାରଫିଲ୍ଡ ସ୍ଥାପନ କରିଛି। ଏହି ସମୁଦ୍ର ଉପରେ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଓ ଭିଏଟ୍‌ନାମ ମଧ୍ୟ ସେମାନଙ୍କର ଦାବି ଜଣାଉଛନ୍ତି। ଏହାକୁ ନେଇ ନିକଟ ଅତୀତରେ ବେଜିଂ ସହ ପଡୋଶୀ ଦେଶଗୁଡ଼ିକର ୨୧ଟି ବିବାଦ ସୃଷ୍ଟି ହୋଇଛି।
ତେବେ ସମ୍ପ୍ରତି ଭାରତ-ଚାଇନା ସୀମା ବିବାଦ ସବୁଠୁ ଗୁରୁତର ସଙ୍କଟ ସୃଷ୍ଟି କରିଛି। ଲଦାଖର ବିଭିନ୍ନ ସ୍ଥାନରେ ଦୁଇଦେଶର ସୈନ୍ୟ ପରସ୍ପର ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ୧,୫୯୭ କିଲୋମିଟର ଦୀର୍ଘ ଏଲ୍‌ଏସିରେ ଭାରତ ସୈନ୍ୟ ମୁତୟନ କରି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି। ଚାଇନାର ସୀମା ବିବାଦ କେବଳ ଏଲ୍‌ଏସିରେ ସୀମିତ ନାହିଁ, ନିଜ ଭୂଖଣ୍ଡର କାୟା ବିସ୍ତାର ଲାଗି ଚାଇନା ବିବାଦୀୟ ଜଳରାଶିରେ ସମରାଭ୍ୟାସ ଜାରି ରଖିଛି। ଦକ୍ଷିଣପୂର୍ବ ଏସିଆରେ ଅସୁରକ୍ଷା ବଢ଼ୁଥିବା ଗତ ସପ୍ତାହରେ ଆସିଆନ୍‌ର ଏକ କାର୍ଯ୍ୟକ୍ରମରେ ଫିଲିପାଇନ୍ସ ଏବଂ ଭିଏଟନାମ କହିଥିଲେ। କରୋନା ମହାମାରୀ ବେଳେ ବିବାଦୀୟ ଜଳରାଶିରେ ଚାଇନା ନିଜର ଉପସ୍ଥିତି ଜାହିର ଲାଗି ଉଦ୍ୟମ କରୁଥିବାରୁ ସେମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜୁଲାଇ ୧ରୁ ପାରାସେଲ୍‌ ଆଇଲାଣ୍ଡ ନିକଟରେ ପିଏଲ୍‌ଏ ନୌସେନା ୫ ଦିନିଆ ସମରାଭ୍ୟାସ ଆରମ୍ଭ କରିଛି। ଉକ୍ତ ଅଞ୍ଚଳକୁ ଭିଏଟ୍‌ନାମ ନିଜର ବୋଲି ଦାବି କରୁଥିବାବେଳେ ଏନେଇ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଆନୁଷ୍ଠାନିକ ପ୍ରତିବାଦ ଜଣାଇଛି। ଯଦି ଏହି ସମରାଭ୍ୟାସ ଫିଲିପାଇନ୍ସ ଅଞ୍ଚଳକୁ ବ୍ୟାପେ ତେବେ ପରିଣତି ଭୟାବହ ହେବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଆମେରିକା ସହ ଫିଲିପାଇନ୍ସର ସାମରିକ ସହଯୋଗ ଚୁକ୍ତି ରହିଛି। ବେଜିଂର ବେଆଇନ କାର୍ଯ୍ୟକୁ ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ ଦିନକ ପୂର୍ବରୁ ବିରୋଧ କରିବା ସହ ପଡୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତି ସମର୍ଥନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri