Posted inଜାତୀୟ

ଚାଇନା ପଠାଇଛି ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୫ା୧୧: ଓଡ଼ିଶା ଉପକୂଳର ଅବ୍‌ଦୁଲ କଲାମ ଦ୍ୱୀପ (ହ୍ବିଲର ଦ୍ୱୀପ)ରୁ ଆସନ୍ତା ୧୦-୧୧ ତାରିଖରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ, ଯାହାର ରେଞ୍ଜ ହେଉଛି ୨,୨୦୦ କି.ମି.। ଏହି ମିଶାଇଲ ଟେଷ୍ଟ ସମ୍ପର୍କରେ ଗୋଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଚାଇନା ଏକ ଗୁପ୍ତଚର ଜାହାଜ ପଠାଇଛି। ଗୁପ୍ତଚର ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌ ୬ଷ୍ଠ ଭାରତ ମହାସାଗରରେ ଯାତ୍ରା ଆରମ୍ଭ କରି ଇଣ୍ଡୋନେସିଆର ବାଲିରେ ପହଞ୍ଚତ୍ଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଭାରତର ସୁରକ୍ଷା ଦୃଷ୍ଟିରୁ ନୂଆଦିଲ୍ଲୀର କଡ଼ା ବିରୋଧ ସତ୍ତ୍ୱେ ଚାଇନା ଏହାର ହାଇଟେକ୍‌ ରିସର୍ଚ୍ଚ ଶିପ୍‌ ୟୁଆନ୍‌ ଓ୍ବାଙ୍ଗ୍‌ ୫ମକୁ ଶ୍ରୀଲଙ୍କାକୁ ପଠାଇଥିଲା। ଏହି ଗୁପ୍ତଚର ଜାହାଜ ଗତ ଅଗଷ୍ଟ ୧୬ରେ ଶ୍ରୀଲଙ୍କାର ହାମ୍ବନ୍‌ଟୋଟା ବନ୍ଦରରେ ପହଞ୍ଚତ୍ଥିଲା। ଏହାର ୩ ମାସ ନ ବିତୁଣୁ ଭଦ୍ରକ ଜିଲା ହ୍ବିଲର ଦ୍ୱୀପରୁ ଭାରତ ପକ୍ଷରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାକୁ ଥିବାବେଳେ ଏହା ଉପରେ ଗୁପ୍ତଚରଗିରି କରିବା ପାଇଁ ଚାଇନା ନୌସେନା ଆଉ ଏକ ଜାହାଜ ପଠାଇଛି। ୟୁଆନ୍‌ ଓ୍ବାଙ୍ଗ୍‌ ୬ଷ୍ଠ ଭାରତ ମହାସାଗରକୁ ପ୍ରବେଶ କରିସାରିଛି। ଏହା ଏବେ ବାଲି ଉପକୂଳରେ ଯାତ୍ରା କରୁଛି ବୋଲି ଜାହାଜଗୁଡ଼ିକର ଗତିବିଧିକୁ ଅନ୍‌ଲାଇନ୍‌ରେ ଟ୍ରାକ୍‌ କରୁଥିବା ମାରିଟାଇମ୍‌ ଟ୍ରାଫିକ୍‌ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯେ, ଭାରତ ହ୍ବିଲର ଦ୍ୱୀପରେ ସମନ୍ବିତ କ୍ଷେପଣାସ୍ତ୍ରଗୁଡ଼ିକୁ ପରୀକ୍ଷା କରିଥାଏ। ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଚାଇନା ହାତକୁ ଗଲେ ଭାରତର ଜାତୀୟ ସୁରକ୍ଷା ବିପନ୍ନ ହେବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri