Posted inଜାତୀୟ

ଚାଇନା ପଠାଇଛି ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ,୫ା୧୧: ଓଡ଼ିଶା ଉପକୂଳର ଅବ୍‌ଦୁଲ କଲାମ ଦ୍ୱୀପ (ହ୍ବିଲର ଦ୍ୱୀପ)ରୁ ଆସନ୍ତା ୧୦-୧୧ ତାରିଖରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବ, ଯାହାର ରେଞ୍ଜ ହେଉଛି ୨,୨୦୦ କି.ମି.। ଏହି ମିଶାଇଲ ଟେଷ୍ଟ ସମ୍ପର୍କରେ ଗୋଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଚାଇନା ଏକ ଗୁପ୍ତଚର ଜାହାଜ ପଠାଇଛି। ଗୁପ୍ତଚର ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌ ୬ଷ୍ଠ ଭାରତ ମହାସାଗରରେ ଯାତ୍ରା ଆରମ୍ଭ କରି ଇଣ୍ଡୋନେସିଆର ବାଲିରେ ପହଞ୍ଚତ୍ଥିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଭାରତର ସୁରକ୍ଷା ଦୃଷ୍ଟିରୁ ନୂଆଦିଲ୍ଲୀର କଡ଼ା ବିରୋଧ ସତ୍ତ୍ୱେ ଚାଇନା ଏହାର ହାଇଟେକ୍‌ ରିସର୍ଚ୍ଚ ଶିପ୍‌ ୟୁଆନ୍‌ ଓ୍ବାଙ୍ଗ୍‌ ୫ମକୁ ଶ୍ରୀଲଙ୍କାକୁ ପଠାଇଥିଲା। ଏହି ଗୁପ୍ତଚର ଜାହାଜ ଗତ ଅଗଷ୍ଟ ୧୬ରେ ଶ୍ରୀଲଙ୍କାର ହାମ୍ବନ୍‌ଟୋଟା ବନ୍ଦରରେ ପହଞ୍ଚତ୍ଥିଲା। ଏହାର ୩ ମାସ ନ ବିତୁଣୁ ଭଦ୍ରକ ଜିଲା ହ୍ବିଲର ଦ୍ୱୀପରୁ ଭାରତ ପକ୍ଷରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବାକୁ ଥିବାବେଳେ ଏହା ଉପରେ ଗୁପ୍ତଚରଗିରି କରିବା ପାଇଁ ଚାଇନା ନୌସେନା ଆଉ ଏକ ଜାହାଜ ପଠାଇଛି। ୟୁଆନ୍‌ ଓ୍ବାଙ୍ଗ୍‌ ୬ଷ୍ଠ ଭାରତ ମହାସାଗରକୁ ପ୍ରବେଶ କରିସାରିଛି। ଏହା ଏବେ ବାଲି ଉପକୂଳରେ ଯାତ୍ରା କରୁଛି ବୋଲି ଜାହାଜଗୁଡ଼ିକର ଗତିବିଧିକୁ ଅନ୍‌ଲାଇନ୍‌ରେ ଟ୍ରାକ୍‌ କରୁଥିବା ମାରିଟାଇମ୍‌ ଟ୍ରାଫିକ୍‌ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯେ, ଭାରତ ହ୍ବିଲର ଦ୍ୱୀପରେ ସମନ୍ବିତ କ୍ଷେପଣାସ୍ତ୍ରଗୁଡ଼ିକୁ ପରୀକ୍ଷା କରିଥାଏ। ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଚାଇନା ହାତକୁ ଗଲେ ଭାରତର ଜାତୀୟ ସୁରକ୍ଷା ବିପନ୍ନ ହେବା ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

ଇଟାଲୀକୁ ହରାଇ ସ୍କଟଲାଣ୍ଡର ବିଜୟ ଅଭିଯାନ ଆରମ୍ଭ

କୋଲକାତା,୯ା୨- ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍କଟଲାଣ୍ଡ ୭୩ ରନର ବ୍ୟବଧାନରେ ଇଟାଲୀକୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲାଣ୍ଡ ଟି୨୦ ବିଶ୍ୱକପ୍‌ ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri