ଦଲାଇ ଲାମା ବାଛିବାର ଅଧିକାର ଚାଇନାର ନାହିଁ

ତାଓ୍ବାଙ୍ଗ(ଅରୁଞ୍ଚଳ ପ୍ରଦେଶ),୨୫।୧୦: ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ ପ୍ରକ୍ରିୟାରେ ଚାଇନା ମୁଣ୍ଡ ଖେଳାଇବାକୁ କେହି ନୁହେଁ। ଚାଇନିଜ ସରକାର ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି ନାହିଁ। ତେବେ ଚାଇନା ପାଖରେ କେଉଁଠାରୁ ତିବେତାନ ବାସୀଙ୍କ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ମାମଲାରେ ମୁଣ୍ଡ ଖେଳାଇବାର ଅଧିକାର ଆସିଲା। ଅରୁଣାଞ୍ଚଳ ପ୍ରଦେଶରେ ଥିବା ତାଓ୍ବାଙ୍ଗ ମୋନାଷ୍ଟ୍ରି (ମଠ)ର ମୁଖ୍ୟ ଗ୍ୟାଙ୍ଗବଙ୍ଗ ରିନପୋଚ୍‌ ଏଭଳି କହିଛନ୍ତି।

ଭାରତ ଓ ଚାଇନା ସୀମାରେ ଥିବା ପ୍ରାୟ ୩୫୦ ବର୍ଷ ପୁରୁଣା ତାଓ୍ବାଙ୍ଗ ମଠ ପକ୍ଷରୁ କୁହାଯାଇଛି, ବେଜିଂର ବିସ୍ତାରବାଦୀ ନୀତିକୁ ବିରୋଧ କରିବା ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀକୁ ଏଲଏସି (ଲାଇନ୍‌ ଅଫ୍‌ ଆକଚୁଆଲ କଣ୍ଟ୍ରୋଲ) ଉପରେ ତୀକ୍ଷ୍ଣ ରଖିବାକୁ ପଡ଼ିବ।

ତିବେତର ଲାସାଠାରେ ଥିବା ପୋଟାଲା ପାଲେସ (ମଠ) ପରେ ତାଓ୍ବାଙ୍ଗ ମୋନାଷ୍ଟ୍ରି ବିଶ୍ୱର ସର୍ବପୂରାତନ ମଠ। ଏହାର ମୁଖ୍ୟ ରିନପୋଚ୍‌ କହିଛନ୍ତି, ବର୍ତ୍ତମାନ ଦାଲାଇ ଲାମା ଓ ତିବେତାନ ଲୋକଙ୍କ ପାଖରେ ପରବର୍ତ୍ତୀ ଗୁରୁଙ୍କ ଚୟନ କରିବାର ଅଧିକାର ଅଛି। ଉତ୍ତରାଧିକାରୀ ପ୍ରକ୍ରିୟା ଧର୍ମ ଓ ବିଶ୍ୱାସର ବିଷୟ। ଏହା ରାଜନୀତିର ଅଂଶ ନୁହେଁ।

Share