ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର: ଆମେରିକା…

ଓ୍ବାଶିଂଟନ,୧୧।୩ : ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ରହିଛି। ରୁଷିଆଠାରୁ ଅଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ଚାଇନା ପାଖରେ ରହିଛି।

ଏଭଳି ଅସ୍ତ୍ରଶସ୍ତ୍ରକୁ ଚିହ୍ନଟ କରିବାରେ ରାଡାର ବିଫଳ ହୋଇଥାଏ। ଏହା ମ୍ୟାକ୍‌ ୫ ଅର୍ଥାତ ଶବ୍ଦର ଗତିଠାରୁ ୫ ଗୁଣା ବେଗରେ ଗତି କରିଥାଏ। ଏହାର ବେଗ ଅଧିକ ଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ। ଏହାକୁ ରୋକିବା ମଧ୍ୟ ସମ୍ଭବ ହୋଇ ନ ଥାଏ ।

ଫଳରେ ଶତ୍ରୁ ପକ୍ଷର ଏହା ଯୋଗୁ ଅଧିକ କ୍ଷତି ହୋଇଥାଏ। ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ଏଭଳି ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା କୁହାଯାଉଛି। ଆମେରିକା ମଧ୍ୟ ଏଭଳି ଅଧିକ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି।

Share