ଏଲ୍‌ଏସିରେ ଚାଇନା ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି: ପୋମ୍ପିଓ

ଓ୍ବାଶିଂଟନ, ୧୦।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ପକ୍ଷରୁ ଚାଇନା ଟାର୍ଗେଟ୍‌ କରାଯାଇଛି। ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପିଓ କହିଛନ୍ତି ଯେ, ଚାଇନା ଏଲ୍‌ଏସିରେ ଅଶାନ୍ତି ସୃଷ୍ଟି କରିବା ଲାଗି ୬୦ ହଜାରରୁ ଅଧିକ ସୈନ୍ୟଙ୍କୁ ମୁତୟନ କରିଛି। ଏହା ସହିତ ଅନ୍ୟ ଯୁଦ୍ଧ ସରଞ୍ଜାମ ମଧ୍ୟ ଠୁଳ କରିବାରେ ଲାଗିଛି। ଏହାଦ୍ୱାରା କ୍ୱାଡ୍‌ର ସଦସ୍ୟ ଥିବା ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ପ୍ରତି ଏକ ଚେତାବନୀ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଦକ୍ଷିଣ ଚାଇନା ସାଗରରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି କରାଯିବାର ଉଦ୍ୟମ ହେଉଛି। ଚାଇନାର ଏଭଳି କାର୍ଯ୍ୟ ଯୋଗୁ ଶାନ୍ତି ଆଲୋଚନାରେ ବାଧା ଦେଖାଦେଉଥିବା ପୋମ୍ପିଓ କହିଛନ୍ତି।

Share