ପାକିସ୍ତାନକୁ ଆଉ ଏକ ପଣଡୁବୀ ଜାହାଜ ହସ୍ତାନ୍ତର କଲା ଚାଇନା, ଭାରତ ମହାସାଗରରେ ବୃଦ୍ଧି ପାଇଲା ଶତ୍ରୁର ଶକ୍ତି

ନୂଆଦିଲ୍ଲୀ,୧୭।୮: ଚାଇନା ପାକିସ୍ତାନକୁ ଆଠଟି ହଙ୍ଗୋର ଶ୍ରେଣୀ ପଣଡୁବୀ ମଧ୍ୟରୁ ତୃତୀୟଟି ହସ୍ତାନ୍ତର କରିଛି, ଯାହା ଭାରତର ନିକଟବର୍ତ୍ତୀ ହିନ୍ଦୁ ମହାସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ଚାଇନାର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ, ଏହି ପଣଡୁବୀର ଜଳାବତରଣ ସମାରୋହ ଗୁରୁବାର ଚାଇନାର ହୁବେଇ ପ୍ରଦେଶର ଉହାନରେ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୦୨୫ରେ ଦ୍ୱିତୀୟ ପଣଡୁବୀ ହସ୍ତାନ୍ତର କରାଯାଇଥିଲା।

ଏହା ବ୍ୟତୀତ, ଚାଇନା ଗତ କିଛି ବର୍ଷରେ ପାକିସ୍ତାନକୁ ଚାରିଟି ଆଧୁନିକ ନୌସେନା ଯୁଦ୍ଧଜାହାଜ ଯୋଗାଇ ଦେଇଛି, ଯାହା ଅରବ ସାଗରରେ ବଲୁଚିସ୍ତାନରେ ଗ୍ୱାଦାର ବନ୍ଦର ବିକାଶ ସହିତ ଚାଇନର ନୌସେନା ବିସ୍ତାରକୁ ସମର୍ଥନ କରୁଛି। ପାକିସ୍ତାନର ଉପ-ନୌସେନା ମୁଖ୍ୟ ଭାଇସ ଆଡମିରାଲ ଅବଦୁଲ ସମଦ କହିଛନ୍ତି, ହଙ୍ଗୋର ପଣଡୁବୀର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନସର ଆଞ୍ଚଳିକ ଶକ୍ତି ସନ୍ତୁଳନ ଓ ସାମୁଦ୍ରିକ ସ୍ଥିରତା ବଜାୟ ରଖିବାରେ ସହାୟକ ହେବ।

ଷ୍ଟକହୋମ ଆନ୍ତର୍ଜାତିକ ଶାନ୍ତି ଗବେଷଣା ସଂସ୍ଥା (ସିପ୍ରୀ) ରିପୋର୍ଟ ଅନୁସାରେ, ଚାଇନା ପାକିସ୍ତାନର ୮୧%ରୁ ଅଧିକ ସାମରିକ ହାର୍ଡୱେର ଯୋଗାଇଛି। ଏହା ମଧ୍ୟରେ ରିଜୱାନ ଗୁପ୍ତଚର ଜାହାଜ, ୬୦୦ରୁ ଅଧିକ ଭିଟି-୪ ଟ୍ୟାଙ୍କ ଓ ୩୬ଟି ଜେ-୧୦ସିଇ ଯୁଦ୍ଧବିମାନ ଅନ୍ତର୍ଭୁକ୍ତ, ଯାହା ପାକିସ୍ତାନ ଭାରତ ସହ ସାମ୍ପ୍ରତିକ ସଂଘର୍ଷରେ ବ୍ୟବହାର କରିଥିଲା।

ଚାଇନା ସାମରିକ ବିଶେଷଜ୍ଞ ଝାଙ୍ଗ ଜୁନଶେ କହିଛନ୍ତି, ହଙ୍ଗୋର ପଣଡୁବୀରେ ଉନ୍ନତ ସେନସର, ଉତ୍କୃଷ୍ଟ ଷ୍ଟିଲଥ୍ ବୈଶିଷ୍ଟ୍ୟ, ଉଚ୍ଚ ଗତିଶୀଳତା, ଦୀର୍ଘ ସମୟ ଜଳ ତଳେ ରହିବାର କ୍ଷମତା ଓ ଶକ୍ତିଶାଳୀ ମାରକ କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri