Categories: ଫୁରସତ

ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନ୍‌ଲାଇନ୍‌ ଚା’ ଅର୍ଡର କଲେ ମହିଳା, ଆଉ ତା’ପରେ

ଚାଇନାରେ ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କଠାରୁ ଏକ ଅଦ୍ଭୁତ ପ୍ରତିଶୋଧ ନେଇଛନ୍ତି। ଯୁବତୀ ଜଣଙ୍କ ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନଲାଇନରେ ଚା ’ଅର୍ଡର କରିଥିଲେ। ଡେଲିଭରି ବୟଙ୍କୁ ଉକ୍ତ ଚା’କୁ ତାଙ୍କ ଏକ୍ସ-ବୟଫ୍ରେଣ୍ଡଙ୍କ ଉପରେ ଢାଳି ଦେବାକୁ ଯୁବତୀ ଜଣଙ୍କ କହିଥିଲେ। ଅନୁରୋଧ ରକ୍ଷାକରି ଡେଲିଭରୀ ବୟ ଚା’କୁ ଏକ୍ସ-ବୟଫ୍ରେଣ୍ଡଙ୍କ ଉପରେ ଢାଳିଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଚାଇନାର ଶାଙ୍ଗଡୋଙ୍ଗର ଏହି ଘଟଣା ଘଟିଛି। କୌତୁହଳର ବିଷୟ, ପାଟିରେ ଚା’ ଫିଙ୍ଗିବା ପରେ ଡେଲିଭରି ବୟ ଯୁବକଙ୍କୁ କ୍ଷମା ମାଗୁଥିବା ଏବଂ ତାଙ୍କ ହାତରେ ଏକ କାଗଜ ଦେଉଥିବାର ଦେଖାଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫୁଟେଜରେ ଦର୍ଶାଯାଇଛି ଯେ ମେଟୁଆନ ଡେଲିଭରି କାର୍ଯ୍ୟନିର୍ବାହୀ ଜଣେ ଗ୍ରାହକଙ୍କ ଉପରକୁ ଚା’ ଫିଙ୍ଗୁଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯଦିଓ ଗତ ମାସରେ ଏହି ଘଟଣା ଘଟିଥିଲା, ଫୁଟେଜ ଏବେ ଭାଇରାଲ ହୋଇଛି। ମେଟୁଆନ ଗ୍ରୁପ ଏବେ ଘଟଣାର ତଦନ୍ତ କରୁଛି। ମେଟୁଆନ ହେଉଛି ଏକ ଚାଇନିଜ ସପିଂ ଏବଂ ବିତରଣ ପ୍ଲାଟଫର୍ମ।

Share