ଚାଇନା ବୁଦ୍ଧି ଶିଖିଲା: ଅଧାବାଟରେ ଅଟକିଲା ଏସ୍‌-୪୦୦ ମିଜାଇଲ୍‌ ଡିଫେନ୍ସ୍‌ ସିଷ୍ଟମ

ବେଜିଂ/ମସ୍କୋ, ୨୭।୭: ଚାଇନା ଏବେ ବୁଦ୍ଧି ଶିଖିଛି। ରୁଷ୍‌ ପକ୍ଷରୁ ଚାଇନାକୁ ଏସ୍‌-୪୦୦ ମିଜାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ଯୋଗାଇଦେବା ନେଇ ଚୁକ୍ତି ହୋଇଥିଲା। ତେବେ ଏହାର ଡେଲିଭରୀ ଦେବାକୁ ରୁଷ୍‌ ଏବେ ମନା କରିଛି। ଏହାପଛର କାରଣ ମଧ୍ୟ ରୁଷ୍‌ କହିନାହିଁ। ତେବେ ଭାରତକୁ ଚଳିତ ବର୍ଷର ଶେଷ ସୁଦ୍ଧା ଏସ୍‌-୪୦୦ ମିଜାଇଲ୍‌ ଡିଫେନ୍ସ୍‌ ସିଷ୍ଟମ ଯୋଗାଇ ଦିଆଯିବ ବୋଲି ରୁଷ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରୁଷ୍‌ର ଏଭଳି ମନୋଭାବ ନେଇ ଚାଇନା କହିଛି ଯେ, ଅନ୍ତର୍ଜାତୀୟ ଚାପର ବଶବର୍ତ୍ତୀ ହୋଇ ଏହା କରାଯାଇଛି। ଚାଇନା କାହାର ନାମ ନେଇ ନ ଥିଲେ ମଧ୍ୟ ଏହା ଭାରତ ଏବଂ ଆମେରିକା ଯୋଗୁ ହୋଇଥିବା ନୀରବ ଭାବେ ସୂଚିତ କରିଛି। ଡେଲିଭରୀ ସ୍ଥଗିତ ରହିଥିବା ରୁଷ୍‌ କହିଛି। କେବେ ଏହା ଚାଇନା ମିଳିବ ସେ ନେଇ ରୁଷ୍‌ ପକ୍ଷରୁ ନୀରବତା ଅବଲମ୍ବନ କରାଯାଇଛି।

Share