ଚାଇନା ଉଠାଇଲା କଶ୍ମୀର ରାଗ: କହିଲା, ଆଲୋଚନା ମାଧ୍ୟମରେ ସମାଧାନ ହେଉ କଶ୍ମୀର ପ୍ରସଙ୍ଗ

ବେଜିଂ,୨୭।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ ବୋଲି ଗୁରୁବାର ଚାଇନା କହିଛି। କୌଣସି ଏକପାଖିଆ କାର୍ଯ୍ୟାନୁଷ୍ଠାନ ସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ଜଣେ ପାକିସ୍ତାନୀ ଖବରଦାତାଙ୍କ ପ୍ରଶ୍ନରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି। କଶ୍ମୀରୀ ପ୍ରସଙ୍ଗରେ ଚାଇନାର ଆଭିମୁଖ୍ୟ ଅପରିବର୍ତ୍ତିତ ଓ ସ୍ପଷ୍ଟ ରହିଆସିଛି। ଜାତିସଂଘ ଚାର୍ଟର, ସୁରକ୍ଷା ପରିଷଦର ଆନୁଷଙ୍ଗିକ ପ୍ରସ୍ତାବ ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହି ଐତିହାସିକ ବିବାଦର ଉପଯୁକ୍ତ ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇପାରିବ ବୋଲି ମାଓ କହିଛନ୍ତି। ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପକୁ ଭାରତ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଆସିଛି। ଏହା ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ମାମଲା ଏବଂ ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ନୂଆଦିଲ୍ଲୀ କହିଛି।

Share