ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଅଭିଯୋଗ କଲା ଚାଇନା

ନୂଆଦିଲ୍ଲୀ,୨୦।୧୦: ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଭାରତର ଏହି ଯୋଜନା ଡବ୍ଲ୍ୟୁଟିଓ ନିୟମ ଉଲ୍ଲଙ୍ଘନ କରୁଛି। ଏହା ଘରୋଇ କମ୍ପାନୀକୁ ଅଧିକ ଲାଭ ଦେଉଛି ଏବଂ ଆମଦାନୀ ବଦଳରେ ସବସିଡି ଯାହା ନିଷିଦ୍ଧ। ଯାହା ଚାଇନାର ସ୍ୱାର୍ଥକୁ କ୍ଷତି ପହଞ୍ଚାଉଛି।

ଚାଇନା ଭାରତକୁ ନିଜ ଇଭି ଗାଡ଼ି ରପ୍ତାନି ବଢ଼ାଇବାକୁ ଚାହୁଁଛି। ଲଦାଖ ସୀମା ବିବାଦ ପରେ ଦୁଇ ଦେଶ ସମ୍ପର୍କ ସୁଧାରୁଛନ୍ତି। ଭାରତର ବଡ଼ ଅଟୋ ବଜାରକୁ ଚୀନୀ କମ୍ପାନୀ ଲକ୍ଷ୍ୟ କରିଛନ୍ତି। ଚାଇନାରେ ଇଭି ଅଧିକ ଉତ୍ପାଦନ ହେଉଛି, କିନ୍ତୁ ଦେଶ ଭିତରେ ବିକ୍ରି କମ ରହିଛି। ତେଣୁ ବିଦେଶରେ ଏହାର ବିକ୍ରି ବଢାଇବାକୁ ଚାହୁଁଛି।

ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ଚାଇନାର ଅଭିଯୋଗ ଦେଖାଯିବ। ଚାଇନା ତୁର୍କୀ, କାନାଡ଼ା ଓ ଇୟୁ ବିରୋଧରେ ମଧ୍ୟ ଅଭିଯୋଗ କରିଛି। ଏବେ କଥାବାର୍ତ୍ତା (କନ୍ସଲଟେସନ୍) ଚାହୁଁଛି, ଯାହା ଡବ୍ଲ୍ୟୁଟିଓର ପ୍ରଥମ ପଦକ୍ଷେପ। ସଫଳ ନ ହେଲେ ପ୍ୟାନେଲ୍ ଗଠନ ହୋଇପାରେ।

ଚାଇନା ଭାରତର ଦ୍ୱିତୀୟ ବଡ଼ ବାଣିଜ୍ୟ ସହଯୋଗୀ। ୨୦୨୪-୨୫ରେ ଭାରତରୁ ଚାଇନକୁ ରପ୍ତାନି ୧୪.୨୫ରୁ କମି ୧୪.୫% ବିଲିୟନ୍ ଡଲାର୍ ହୋଇଥିଲା ବେଳେ, ଆମଦାନୀ ୧୧.୫୨% ବଢ଼ି ୧୧୩.୪୫ ବିଲିୟନ୍ ଡଲାର୍ ହୋଇଛି ଏବଂ ବାଣିଜ୍ୟ ନିଅଣ୍ଟ ୯୯.୨ ବିଲିୟନ୍ ଡଲାରରେ ପହଞ୍ଚିଛି।

ସେହିଭଳି ଚଳିତବର୍ଷ ୮ ମାସରେ ୨.୦୧ ମିଲିୟନ୍ ଇଭି ରପ୍ତାନି ହୋଇଛି, ଯାହା ୫୧% ଅଧିକ। କିନ୍ତୁ ଇୟୁ ୨୭% ଟାରିଫ୍ ଲଗାଇଛି।ତେବେ ଭାରତ ଇଭି ନୀତି ଓ ପିଏଲ୍‌ଆଇ ଯୋଜନା ଦ୍ୱାରା ଘରୋଇ ଉତ୍ପାଦନ ବଢ଼ାଇବାରେ ସଫଳ ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri