Posted inଜାତୀୟ

ଅରୁଣାଚଳ ପ୍ରଦେଶ ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ଚିନ୍ତାରେ ଚାଇନା

ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅରୁଣାଚଳ ପ୍ରଦେଶ ଗସ୍ତ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଆସାମର ଦିବ୍ରୁଗଡ଼ରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଅମିତ ଶାହା ଅରୁଣାଚଳ ପ୍ରଦେଶ ଗସ୍ତ କରିଥିଲେ। ଯେଉଁଠାରେ ସେ ଭାରତ-ଚାଇନା ସୀମାରେ ଥିବା ଏକ ଗ୍ରାମ କିବିଥୁରେ ‘ଭାଇବ୍ରେଣ୍ଟ ଭିଲେଜ ପୋଗ୍ରାମ’ର ଶୁଭାରମ୍ଭ କରିବେ। ଏହି ବଜେଟରେ ସରକାର ‘ଭାଇବ୍ରେଣ୍ଟ ଭିଲେଜ ପୋଗ୍ରାମ’ର ଘୋଷଣା କରିଥିଲେ। ଚାଇନା ସୀମାଠାରୁ କିବିଥୁ ଗ୍ରାମ ମାତ୍ର ଏକ କିଲୋମିଟର ଦୂରରେ। ସ୍ବରାଷ୍ଟ୍ରମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଅଞ୍ଜୱା ଜିଲାର କିବିଥୁରେ ଆଇଟିବିପି ଯବାନଙ୍କ ସହ ଆଲୋଚନା କରିବେ। ସେହିପରି ମଙ୍ଗଳବାର ଶାହା ଆସାମର ଦିବ୍ରୁଗଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ବ୍ୟତୀତ ଭାଜପା ଜିଲା କାର୍ଯ୍ୟାଳୟର ଶିଳାନ୍ୟାସ କରିବେ। ସ୍ବରାଷ୍ଟ୍ରମନ୍ତ୍ରୀ ଏପ୍ରିଲ ୧୧ରେ ନମତି ଅଞ୍ଚଳ ପରିଦର୍ଶନ କରିବେ ଏବଂ ୱାଲଙ୍ଗ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅନ୍ୟପଟେ ଅମିତ ଶାହାଙ୍କ ଏହି ଗସ୍ତ ଉପରେ ଚାଇନା ଆପତ୍ତି ଉଠାଇଛି। ଚାଇନା ବୈଦେଶିକ ମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି, ଏହା ସୀମା ପାଇଁ ଅନୁକୂଳ ନୁହେଁ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଏହି ଗସ୍ତ ଚାଇନାର ଆଞ୍ଚଳିକ ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି। ଆଉ ଏହାକୁ ଚାଇନା ବିରୋଧ କରୁଛି କାରଣ ଜଙ୍ଗନାନ ଅଞ୍ଚଳ ଚାଇନାର ଅଞ୍ଚଳ ଅଧୀନରେ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri