Categories: ଫୁରସତ

କରୋନା ମହାମାରୀ ଭୟ ଶୂନ: ଚାଇନାରେ ପାଳନ କରାଯାଉଛି ‘କୁକୁର ମାଂସ ଉତ୍ସବ’; ହଜାର ହଜାର…

ସାରା ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ଏବେ ତୃତୀୟ ଲହର ପାଇଁ ଚେତାବନୀ ଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ପହଞ୍ଚାଇବା ପଛରେ ଚାଇନା ଥିବା ଅଭିଯୋଗ ହେଉଥିବା ବେଳେ ସେ ମଧ୍ୟ ଏଥିରୁ ବର୍ତ୍ତିପାରି ନାହିଁ। ଏସବୁ ସତ୍ତ୍ୱେ ଚାଇନା ସମ୍ବେଦନହୀନ ଦେଶ ଭାବେ ପୂର୍ବଭଳି ନିଜର ଖାଦ୍ୟପେୟରେ ପରିବର୍ତ୍ତନ କରିବା ତ ଦୂରର କଥା କିଛି ନ ହେବା ଭଳି ଉତ୍ସବର ଆୟୋଜନ କରୁଛି। ଏବେ ଦେଶରେ ‘ଡଗ୍‌ ମିଟ୍‌ ଫେଷ୍ଟିଭାଲ’ ଆରମ୍ଭ ହୋଇଛି। ଏହାର ବିରୋଧ କରାଯାଉଥିଲେ ହେଁ ଚାଇନା ଉପରେ କୌଣସି ପ୍ରଭାବ ପଡୁନାହିଁ।

ଦେଶର ୟୁଲିନ ଅଞ୍ଚଳରେ ଦଶଦିନ ବ୍ୟାପି ‘ଡଗ୍‌ ମିଟ୍‌ ଫେଷ୍ଟିଭାଲ’ ପାଳନ କରାଯାଥାଏ। ଏଥିରେ ବେଶ୍‌ କ୍ରୁରତାର ସହ ହଜାର ହଜାର ସଂଖ୍ୟାରେ କୁକୁରଙ୍କୁ ମାରି ମାଂସରେ ଭୋଜି କରାଯାଇଥାଏ। ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାକୁ କୁକୁରମାନଙ୍କୁ ଅଣାଯାଇଥାଏ। ସେମାନଙ୍କୁ ଲୁହା ପଞ୍ଜୁରୀରେ ବହୁତ ଦିନ ପର୍ଯ୍ୟନ୍ତ ରଖାଯାଇଥାଏ। ଅନେକ ଦିନ ଭୋକିଲା ରଖିବା ପରେ ତାଙ୍କୁ ମାରି ମାଂସ ବଜାରରେ ଟାଙ୍ଗି ଦିଆଯାଇଥାଏ। ଉତ୍ସବକୁ ନେଇ ଏଠାକାର ହୋଟେଲ ମଧ୍ୟ ବୁକ୍‌ ହୋଇଯାଇଥାଏ। ଏଠାରେ ଜୀବିତ କୁକୁରକୁ ତେଲରେ ପକାଇ ଛାଣି ଦିଆଯାଇଥାଏ। ଏହାକୁ ଖାଇବାକୁ ଲୋକଙ୍କ ଭିଡ ଜମିଥାଏ।

ଅନ୍ତର୍ଜାତୀୟ ପଶୁ ଅଧିକାର ସମୂହର ଚାଇନା ପଲିସି ଏକ୍ସପର୍ଟ ଡା. ପିଟର ଲି ଏହି ଉତ୍ସବ ନେଇ ପ୍ରତିକ୍ରିୟା ରଖିଛନ୍ତି। କୋଭିଡ-୧୯ର ନୂଆ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଉତ୍ସବ ପାଳନକୁ ଅନୁମତି ଦେବା ଭାରି ପଡ଼ିପାରେ। କାରଣ ଉତ୍ସବ ଲାଗି ବହୁତ ଲୋକ ଏକାଠି ହେବେ। ଏହାଦ୍ୱାରା ସଂକ୍ରମଣ ବ୍ୟାପିବାର ବିପଦ ଅଧିକ।

Share