ସୀମା ଚୁକ୍ତି ମାନୁନାହିଁ ଚାଇନା: ଜୟଶଙ୍କର

ଭିଏନା,୪।୧: ଭାରତ ସହ ସୀମା ଚୁକ୍ତିକୁ ଚାଇନା ମାନୁନାହିଁ। ଏଥିଯୋଗୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜୁଛି ବୋଲି ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଅଷ୍ଟ୍ରିଆର ସରକାରୀ ଟିଭି ଚ୍ୟାନେଲ ଓଆର୍‌ଏଫ୍‌କୁ ସାକ୍ଷାତ୍‌କାର ଦେଇ ଜୟଶଙ୍କର କହିଛନ୍ତି, ସୀମାରେ ସୈନ୍ୟ ଠୁଳ ନ କରିବା ପାଇଁ ଭାରତ-ଚାଇନା ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। କିନ୍ତୁ ବେଜିଂ ଏକତରଫା ଭାବେ ଏଲ୍‌ଏସିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଆସୁଛି। ଆମ ପାଖରେ ଉପଗ୍ରହ ଚିତ୍ରରୁ ସଂଗୃହୀତ ଏହାର ଅନେକ ପ୍ରମାଣ ରହିଛି ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଭାରତ-ଚାଇନା ମଧ୍ୟରେ ୧୭ ରାଉଣ୍ଡ ଆଲୋଚନା ପରେ ମଧ୍ୟ ସୀମା ବିବାଦ ଥମୁନାହିଁ। ୨୭ ବର୍ଷ ମଧ୍ୟରେ ଅଷ୍ଟ୍ର୍ରିଆ ଗସ୍ତ କରିବାରେ ଜୟଶଙ୍କର ହେଉଛନ୍ତି ଭାରତର ପ୍ରଥମ ବହିର୍ବ୍ୟାପାର ମନ୍ତ୍ରୀ।

Share