Categories: ଜାତୀୟ

ଲଦାଖରେ ଚାଇନାର ନୂଆ ଏୟାରବେସ୍‌

ନୂଆଦିଲ୍ଲୀ, ୧୯।୭: ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ଗତବର୍ଷଠାରୁ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ବେଜିଂ ଏବେ ସୀମାରେ ଭିତ୍ତିଭୂମି ବଢ଼ାଇବା ସହ ସୈନ୍ୟମାନଙ୍କ ପାଇଁ ସ୍ଥାୟୀ କଂକ୍ରିଟ ଶିବିର ନିର୍ମାଣ କରୁଛି। ଏଥିସହିତ ଲଦାଖ ନିକଟବର୍ତ୍ତୀ ଶାକ୍‌ଚେଠାରେ ଚାଇନା ନୂଆ ବାୟୁସେନା ଘାଟି ନିର୍ମାଣ କରିଛି। ଗତବର୍ଷ ମେ’ରୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ବାୟୁସେନା ସୀମାରେ ୭ଟି ଏୟାରବେସ୍‌ ନିର୍ମାଣ କଲାଣି। ଏହି ଘାଟିଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚାଇନାର ଶକ୍ତି ବୃଦ୍ଧି ପାଇବ। ଯୁଦ୍ଧବିମାନ ଉଡ଼ାଣ ଲାଗି ଶାକ୍‌ଚେ ଏୟାରବେସ୍‌କୁ ପ୍ରସ୍ତୁତ କରାଯାଉଛି। ତେଣୁ ଭାରତୀୟ ସେନା ସହ ପିଏଲ୍‌ଏର ବିବାଦ ଦୀର୍ଘଦିନ ଜାରି ରହିବା ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share