ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍‌!

ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ । ଏହି ଡ୍ରୋନ୍ ଖଞ୍ଜିବା ପଛର କାରଣ ହେଉଛି ଏହା ଚାଇନା ନୌସେନାକୁ ଗୁପ୍ତ ତଥ୍ୟ ଯୋଗାଇବ । ଏହି ତଥ୍ୟ ପ୍ରତିରକ୍ଷା ବିଶେଷଜ୍ଞ ଏଚଆଇ ସଟନ କରିଥିବା ଜଣାପଡିଛି । ଫୋର୍ବ ପତ୍ରିକାରେ ତାଙ୍କର ଏକ ଲେଖାରେ ସଟନ କହିଛନ୍ତି ବହୁ ସଂଖ୍ୟାରେ ପାଣିତଳେ ଖଞ୍ଜା ଯାଇଥିବା ଅଣ୍ଡର ଗ୍ରାଉଣ୍ଡ ଡ୍ରୋନ୍‌(ସି ୱିଙ୍ଗ ଗ୍ଲାଇଡର) ଅନକ୍ରୁଡ ଅଣ୍ଡର ୱାଟର ଭେଇକିଲ(ୟୁୟୁବି)ଶ୍ରେଣୀର । ଏହାକୁ ହିନ୍ଦ ମହାସାଗରରେ ଚାଇନା ଦ୍ୱାରା ୨୦୧୯ ମଧ୍ୟ ଭାଗରେ ଲଗାଯାଇଥିଲା । ଏହାରି ମାଧ୍ୟମରେ ୨୦୨୦ ଫେବୃୟାରୀ ସୁଦ୍ଧା ୩,୪୦୦ ତଥ୍ୟ ପ୍ରାପ୍ତ ହୋଇଛି । ଆମେରିକା ତା’ର ନୌସେନାରେ ଯେଉଁ ଡ୍ରୋନ୍ ବ୍ୟବହାର କରୁଛି ଏହା ତା’ରି ଭଳି ବୋଲି କୁହାଯାଉଛି । ଯାହାକୁ ୨୦୧୬ରେ ଚାଇନା ଧରିଥିଲା । ଆଉ ଏବେ ଚାଇନା ଏହିଭଳି ଡ୍ରୋନର ବ୍ୟବହାର କରୁଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଡ୍ରୋନ୍ ବେଶୀ ଦୂର ପର୍ଯ୍ୟନ୍ତ ଓ ବେଶୀ ସମୟ ପର୍ଯ୍ୟନ୍ତ ନଜର ରଖି ପାରିବ । ଏହି ଚାଇନା ଡ୍ରୋନ୍ ଲାଗାତାର ଭାବେ ସୂଚନା ଓ ସମୁଦ୍ର ମଧ୍ୟରୁ କିଛି ତଥ୍ୟ ଏକତ୍ର କରୁଛି । ଯାହା ଚାଇନା ନୌସେନା ଗୁପ୍ତ ତଥ୍ୟ ଯୋଗାଡ କରିବାରେ ବ୍ୟବହାର କରୁଛି ।

Share