ଆଖିରୁ ମିଳିଲା କରୋନା ଭୂତାଣୁ

ବେଜିଂ,୧୨।୧୦: ସାଧାରଣତଃ କରୋନା ଜୀବାଣୁ ନାକ ଏବଂ ପାଟି ଦେଇ ଶରୀରକୁ ପ୍ରବେଶ କରିଥାଏ। ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଆଖି ମାଧ୍ୟମରେ ଶରୀରକୁ ମଧ୍ୟ ପ୍ରବେଶ କରିପାରିବ। ଚାଇନାରେ ଆଖିରେ କରୋନା ଜୀବାଣୁ ଥିବା ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ୬୪ ବର୍ଷ ବୟସ୍କା ମହିଳାଙ୍କ ଆଖିରେ କରୋନା ଜୀବାଣୁ ଦେଖିବାକୁ ମିଳିଛି। କେରୋନାରୁ ସୁସ୍ଥ ହେବାର ଦୁଇ ମାସ ପରେ ସେ ତାଙ୍କ ଆଖିରେ ଏହି ଜୀବାଣୁ ମିଳିଥିଲା। ଖବର ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରେ ଜଣେ ୬୪ ବର୍ଷ ବୟସ୍କା ବୃଦ୍ଧ ମହିଳା କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ। ଡାକ୍ତରଖାନାରୁ ଘରକୁ ଯିବାର ୮ ଦିନ ପରେ ତାଙ୍କ ଡାହାଣ ଆଖି ଯନ୍ତ୍ରଣା ହେବାକୁ ଲାଗିଲା। ଧୀରେ ଧୀରେ ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗିଲା ଏବଂ ଦୃଷ୍ଟି ଶକ୍ତି ମଧ୍ୟ ବହୁତ କମ ହୋଇଗଲା। ମହିଳା ଡାକ୍ତରଖାନାରେ ପହଞ୍ଚିଲେ। ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ମହିଳା ଜଣକ ଗ୍ଲୁକୋମାରେ ପୀଡିତ। ଚାଇନାର ଉହାନସ୍ଥିତ ସେଣ୍ଟର୍‌ ଥିଏଟର କମାଣ୍ଡ ହସ୍ପିଟାଲରେ ମହିଳାଙ୍କ ଦୁଇଟି ଆଖି ଅସ୍ତ୍ରୋପଚାର କରାଯାଇଥିଲା। ଏହା ସତ୍ତ୍ୱେ ଆଖି ବାରମ୍ବାର ଯନ୍ତ୍ରଣା ହେଉଥିଲା। ସେ ପୁନର୍ବାର ଅସ୍ତ୍ରୋପଚାର କରିଥିଲେ। ଏହି ସମୟରେ ଆଖିରୁ ନିଆଯାଇଥିବା ଟିସୁ ନମୁନା ପରୀକ୍ଷା କରାଯାଇଥିଲା। ଏହି ଟିସୁରେ କରୋନା ଜୀବାଣୁ ଥିବା ଜଣାପଡିଥିଲା।

Share