ଚାଇନାରେ ପୁଣି ଫେରିଲା କରୋନା ମହାମାରୀ, ଅଧିକାଂଶ ସହର ସମ୍ପୂର୍ଣ୍ଣ ଲକଡାଉନ, ହଜାର ହଜାର ଲୋକ ଘରେ ବନ୍ଦୀ

ବେଜିଂ,୧୧ ।୧୧: ଗତ ଏପ୍ରିଲ ମାସ ପରେ ଗୁରୁବାର ପୁଣିଥରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ୧୦,୨୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ରାଜଧାନୀ ବେଜିଂରେ ବି ଅଧିକାଂଶ ସମୟ ପଜିଟିଭ ହାର ବୃଦ୍ଧି ହେଉଛି । ଏବେ ଏହି କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟପ ଲିଡରଶିପ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଦେଶର କିଛି ସ୍ଥାନରେ ଲକଡାଉନ କରାଯାଇଛି ଓ କିଛି ସ୍ଥାନରେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ପରିବହନ ବି ଏହାଦ୍ୱାରା ପ୍ରଭାବିତ ହୋଇଛି ।

ବ୍ଲୁମବର୍ଗ ସ୍ଥାନୀୟ ଜଣେ ଅଧିକାରୀଙ୍କ ସୂଚନାକୁ ନେଇ କହିଛି, ରାଜଧାନୀରେ ଗୁରୁବାର ୧୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଗୁଆଂଗଝୋଉରେ ୨,୩୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାର କାରଣ ହେଉଛି ବର୍ତ୍ତମାନ ଚାଇନା ଏହାର କୋଭିଡ ନୀତିରେ ପତ୍ୟେକ ଆଡଜସମେଣ୍ଟରେ ବହୁତ ସତର୍କ । ଏବେ ଚାଇନାର ଶୂନ କୋଭିଡ ନୀତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଜନସାଧାରଣଙ୍କୁ ନିରାଶ କରିଛି ଓ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି ।

Share