ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ଚାଇନା: ପେଣ୍ଟାଗନ

ଓ୍ବାଶିଂଟନ,୧୫।୧୨: ଭାରତ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା କ୍ରମାଗତ ଭାବେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ସାମରିକ ଭିତ୍ତିଭୂମି କାର୍ଯ୍ୟ ଜାରି ରଖିଥିବା ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଭାରତ-ଚାଇନା ସୀମା ଉପରେ ଆମେରିକାର ପ୍ରତିରକ୍ଷା ବିଭାଗ ତୀକ୍ଷ୍ଣ ନଜର ରଖିଥିବା ଏହାର ପ୍ରେସ୍‌ ସଚିବ ବ୍ରିଗେଡିୟର ଜେନେରାଲ ପାଟ୍‌ ରାଇଡର କହିଛନ୍ତି। ଆମେରିକା ସହଯୋଗୀ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଅଂଶୀଦାରମାନଙ୍କ ଅଞ୍ଚଳରେ ପ୍ରବେଶ କରିବା ଓ ଉତ୍ତେଜନା ସୃଷ୍ଟି କରିବା ଚାଇନାର ଏକ ଧାରାରେ ପରିଣତ ହୋଇଛି। ତେବେ ଆମେରିକା ଏହାର ସହଯୋଗୀମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଦେଇଥିବା ପ୍ରତିଶ୍ରୁତିରେ ଦୃଢ଼। ଉତ୍ତେଜନା ହ୍ରାସ ଲାଗି ଭାରତର ଉଦ୍ୟମକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ ବୋଲି ପେଣ୍ଟାଗନ୍‌ ପ୍ରେସ୍‌ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳାଙ୍କୁ ହତ୍ୟା କରୁଛନ୍ତି ସମ୍ପର୍କୀୟ: ଗୁଟେରସ୍‌

ଓ୍ବାଶିଂଟନ୍‌, ୨୩।୧୧: ବିଶ୍ୱରେ ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳା ନିଜ ପରିଚିତ ବା ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ମହିଳାଙ୍କ ପ୍ରତି ବଢ଼ୁଥିବା...

୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ

ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ...

ନିର୍ବନ୍ଧ ମୁଦି ୮.୭୫ କୋଟି

ଓ୍ବାଶିଂଟନ: ହଲିଉଡ ଷ୍ଟାର ଜେନିଫର୍‌ ଲୋପେଜ୍‌ ତାଙ୍କ ଲଭଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରେମିକ ଆଲେକ୍ସ ରୋଡ୍ରିଗୁଏଜ୍‌ଙ୍କ ସହ ଜେନିଫରଙ୍କର ବ୍ରେକଅପ ହୋଇଯାଇଛି। ବ୍ରେକଅପ୍‌ ପରେ...

ଭାରତୀୟ ନାଗରିକଙ୍କ ସଚ୍ଚୋଟତା; ଫେରାଇଲେ ୧୦ ଲକ୍ଷ ଟଙ୍କା ସହ ସୁନା ଭର୍ତ୍ତି ବ୍ୟାଗ୍‌

ନୂଆଦିଲ୍ଲୀ, ୧୩।୯: ଜଣେ ଭାରତୀୟ ନାଗରିକଙ୍କ ସଚ୍ଚୋଟତାକୁ ନେଇ ଦୁବାଇରେ ବେଶ୍‌ ଚର୍ଚ୍ଚା। ରିତେଶ ଜେମ୍ସ ଗୁପ୍ତା ନାମକ ଏହି ଭାରତୀୟ ନାଗରିକଜଣଙ୍କ ଏକ ବ୍ୟାଗ୍‌...

ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ...

ଜାତିସଂଘରେ ପାକ୍‌ କଶ୍ମୀର ପ୍ରସଙ୍ଗ ଉଠାଇଲେ ଦୃଢ଼ ଜବାବ ଦେବ ଭାରତ

ନ୍ୟୁୟର୍କ,୨୧ା୯(ପି.ଟି.): ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବାବେଳେ ସେଥିରେ ଭାରତ କଶ୍ମୀର ପ୍ରସଙ୍ଗ ଉଠାଇବ ନାହିଁ। ତେବେ ପାକିସ୍ତାନ ଯଦି...

ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର...

କଭରେଜ ସମୟରେ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ହତ୍ୟା

କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା...

Advertisement
Archives

Model This Week