ଭାରତ ଡରରେ ନାଭିଗେଶନ ସିଷ୍ଟମ ବନ୍ଦ କଲା ଚାଇନା…

ବେଜିଂ,୩୦।୧୦: ଭାରତ ଡରରେ ଚାଇନା ଏହାର ନାଭିଗେଶନ ସିଷ୍ଟମ୍‌କୁ ବନ୍ଦ କରି ଦେଇଛି। ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ହଠାତ୍‌ ଏହାର ନାଭିଗେଶନ ସିଷ୍ଟମ ବେଇଦୁକୁ ଭାରତ ସୀମାରେ ବ୍ୟବହାର ଲାଗି ଚାଇନା ନିଷେଧାଦେଶ ଜାରି କରିଛି। ଭାରତ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ସହିତ ଏହାର ମନିଟରିଂ ମେକାନିଜିମ ବୃଦ୍ଧି କରିଛି।

ଏହାକୁ ଦୃଷ୍ଟିରେ ରଖି ଚାଇନା ନିଜର ଷ୍ଟାଣ୍ଡରେ ପରିବର୍ତ୍ତନ କରିଛି। ବିଗତ ଦିନରେ ଚାଇନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ବହୁ ଚେଷ୍ଟା କରିଛି। ଏହାକୁ ନେଇ ଭାରତ ସତର୍କ ରହିଛି ଏବଂ ଏଲ୍‌ଏସିରେ ତୀକ୍ଷ୍‌ଣ ନଜର ରଖିଛି। ସମସ୍ତ ସିସିଟିଭି ଉପକରଣର ମଧ୍ୟରେ ସମନ୍ବୟ ବୃଦ୍ଧି କରାଯାଇ କରିଏଲ୍‌ଏସିର ସମ୍ବେଦନଶୀଳ ଅଞ୍ଚଳରେ ନୀରିକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।

ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଭାରତର ତଦାରଖ ବୃଦ୍ଧି ପାଉଥିବାରୁ ଗତ ଏକ ମାସ ମଧ୍ୟରେ ଉତ୍ତର ସୀମାରେ ଥିବା ବେଇଦୁ ଟର୍ମିନାଲର କାର୍ଯ୍ୟକଳାପରେ ହ୍ରାସ ଘଟିଛି। ଚାଇନା ପକ୍ଷରୁ ଏହି ସିଷ୍ଟମ ୨୦୨୦ ଜୁନ ୨୩ରେ ଆରମ୍ଭ କରାଯାଇଥିଲା।

ବର୍ତ୍ତମାନ ଚାଇନା ଏହାର ମହତ୍ତ୍ୱାକାକ୍ଷୀଂ ବେଲ୍ଟ ଏବଂ ରୋଡ ଇନିସିଏଟିଭ ଅଞ୍ଚଳରେ ବିଭିନ୍ନ ଦେଶରେ ଏହାର ବେଇଦୁ ନାଭିଗେଶନ ସିଷ୍ଟମର ବ୍ୟବହାର ଜାରି ରଖିବା ଉପରେ ଗୁରୁତ୍ୱାରୋପ କରୁଛି। ସମ୍ପ୍ରତି ବେଇଦୁ ନାଭିଗେଶନ ସିଷ୍ଟମ୍‌ରେ ପାକିସ୍ତାନ, ଇଜିପ୍ଟ ଏବଂ ଇଣ୍ଡୋନେସିଆ ସମେତ ପ୍ରାୟ ୩୦ ଟି ଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି।

ବେଇଦୁ ଆମେରିକୀୟ ଜିପିଏସର ପ୍ରଣାଳୀ ବିଡିଏସ୍‌ର ମୁକାବିଲା ଲାଗି ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ବେଇଦୁ ବିଶ୍ୱର ଚତୁର୍ଥ ବିଶ୍ୱସ୍ତରୀୟ ଉପଗ୍ରହ ନାଭିଗେସନ ସିଷ୍ଟମ। ଅନ୍ୟ ପ୍ରଣାଳୀଗୁଡ଼ିକ ମଧ୍ୟରେ ରୁଷିଆର ଗ୍ଲୋନାସ୍‌ ଏବଂ ୟୁରୋପୀୟ ୟୁନିଅନର ଗାଲିଲିଓ ଆଦି ରହିଛି।

ଭାରତ ପକ୍ଷରୁ ଇଣ୍ଡିଆନ ଆଞ୍ଚଳିକ ନାଭିଗେସନ ସାଟେଲାଇଟ ସିଷ୍ଟମ (ଆଇଆରଏନଏସଏସ) ନାମକ ନିଜର ନାଭିଗେସନ ସିଷ୍ଟମ ବିକାଶ କରୁଛି, ଯାହାର ନାମ ନାବିକ ରଖାଯାଇଛି।

ଚାଇନା ଆମେରିକାର ଜିପିଏସ ଆଧିପତ୍ୟକୁ ଶେଷ କରିବାକୁ ଏବଂ ଏସୀୟ ଅଞ୍ଚଳରେ ନିଜର ବିକଶିତ ନାଭିଗେସନ ସିଷ୍ଟମକୁ ସ୍ଥାପନ କରିବାକୁ ଚାହୁଁଛି। ଏଥିପାଇଁ ଚାଇନା ଏହାର ସ୍ପେସ ଏବଂ ଉପର ବାୟୁମଣ୍ଡଳ ରିସର୍ଚ୍ଚ କମିଶନ (ସୁପର୍କୋ)ରେ ଏକ ମନିଟରିଂ ଷ୍ଟେଶନ ସ୍ଥାପନ କରିଛି ଯାହାକି ବେଇଦୁ ଗ୍ଲୋବାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ (ଜିଏନଏସଏସ) ର ତଦାରଖ ଏବଂ ମୂଲ୍ୟାଙ୍କନ କରିବାକୁ ସକ୍ଷମ ହେଉଛି।

Share