Posted inଜାତୀୟ

ଅରୁଣାଚଳ ଉପରେ ସାର୍ବଭୌମତ୍ୱ ଅଧିକାର ଜାହିର କଲା ଚାଇନା

ନୂଆଦିଲ୍ଲୀ,୬ା୪: ଅରୁଣାଚଳ ପ୍ରଦେଶସ୍ଥିତ ୧୧ଟି ସ୍ଥାନର ନାମ ପରିବର୍ତ୍ତନ ପରେ ଏହି ଭୂଖଣ୍ଡ ଉପରେ ଚାଇନା ନିଜ ସାର୍ବଭୌମତ୍ୱ ଦାବି କରିଛି। ଚାଇନାର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଏକ ତାଲିକା ଜାରି କରାଯାଇଥିଲା। ଏଥିରେ ଅରୁଣାଚଳ ପ୍ରଦେଶସ୍ଥିତ ୧୧ଟି ସ୍ଥାନର ନୂତନ ନାମକରଣ କରାଯାଇଛି। ସେହି ସ୍ଥାନଗୁଡ଼ିକୁ ଷ୍ଟେଟ୍‌ କାଉନ୍‌ସିଲର ଅନୁମୋଦନକ୍ରମେ ଚାଇନା ଓ ତିବ୍ବତୀୟ ଭାଷାରେ ନୂଆ ନାମ ଦିଆଯାଇଛି। ୨ଟି ଭୂଭାଗ, ୨ ଆବାସିକ ଅଞ୍ଚଳ, ୫ ପର୍ବତ ଓ ୨ଟି ନଦୀର ନାମ ବଦଳାଯିବା ସହ ସେଗୁଡ଼ିକ ଚାଇନାର କେଉଁ ପ୍ରଶାସନିକ ଜିଲା ଅଧୀନରେ ଆସୁଛି ତାହା ମଧ୍ୟ ଉକ୍ତ ତାଲିକାରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ ଏକ ବିବୃତିରେ କହିଥିଲେ, ଚାଇନା ପ୍ରଥମ ଥର ପାଇଁ ଏପରି ଉଦ୍ୟମ କରିନାହିଁ। ଏହାକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛୁ। ନାମ ପରିବର୍ତ୍ତନ କରିଦେଲେ ବାସ୍ତବତା ବଦଳିଯାଏ ନାହିଁ। ଅରୁଣାଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଓ ରହିବ। ଏହାର ଜବାବରେ ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍‌ କହିଛନ୍ତି,ଜାଙ୍ଗ୍‌ନାଙ୍ଗ (ଅରୁଣାଚଳ ପ୍ରଦେଶ)
ଚାଇନାର ଅବିଚ୍ଛେଦ୍ୟ ଅଙ୍ଗ। ଚାଇନା ସରକାର ଓ ଷ୍ଟେଟ୍‌ କାଉନ୍‌ସିଲ ନିଷ୍ପତ୍ତିକ୍ରମେ ଏହି ନାମ ବଦଳାଯାଇଛି। କାରଣ ଏହା ହେଉଛି ଚାଇନାର ସାର୍ବଭୌମ ଅଧିକାର। ଇତିମଧ୍ୟରେ ଚାଇନାର ବିସ୍ତାରବାଦୀ ଉଦ୍ୟମକୁ ଆମେରିକା କଡ଼ା ବିରୋଧ କରିଛି। ଭାରତୀୟ ଭୂଖଣ୍ଡକୁ ଦଖଲ କରିବା ପାଇଁ ବେଜିଂ ଅରୁଣାଚଳର ନାମ ବଦଳାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଚାଇନାର କୌଣସି ପ୍ରକାର ଏକତରଫା ନିଷ୍ପତ୍ତିକୁ ଆମେରିକା ବିରୋଧ ଜାରି ରଖିବ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରୀ କେରାଇନ୍‌ ଜିନ୍‌-ପିଏରେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri