ଟ୍ରମ୍ପ୍‌ଙ୍କ ଟାରିଫ୍‌କୁ ଡବ୍ଲ୍ୟୁଟିଓରେ ଚ୍ୟାଲେଞ୍ଜ କଲା ଚାଇନା

ଓ୍ବାଶିଂଟନ,୬।୨: ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇଥିବାରୁ ବେଜିଂ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଏହାକୁ ଚ୍ୟାଲେଞ୍ଜ କରିଛି। ଉକ୍ତ ନୂଆ ଟାରିଫ୍‌ ସହ କମ୍‌ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍କ ଛାଡ଼କୁ ବାତିଲ କରାଯାଇଥିବାରୁ ବୁଧବାର ଡବ୍ଲ୍ୟୁଟିଓରେ ଚାଇନା ପ୍ରତିବାଦ ଦାଖଲ କରିଛି।

ଆମେରିକାର ଏଭଳି ପଦକ୍ଷେପ ସଂରକ୍ଷଣାତ୍ମକ ଏବଂ ଏହାର ଡବ୍ଲ୍ୟୁଟିଓ ନିୟମାବଳୀର ଉଲ୍ଲଂଘନ ବୋଲି ଚାଇନା କହିଛି। ଟ୍ରମ୍ପ୍‌ଙ୍କ ନିଷ୍ପତ୍ତିକୁ ନେଇ ମାଲ୍‌ ପରିବହନକାରୀ ଏବଂ ଖୁଚୁରା ବିକ୍ରେତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲାବେଳେ ବେଜିଂ ଆମେରିକାର ବାଣିଜ୍ୟ ପରାମର୍ଶ ପାଇଁ ନିବେଦନ କରିଛି।

ଟ୍ରମ୍ପ୍‌ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଚାଇନା ଏବଂ ହଂକଂରୁ ଆସୁଥିବା ସମସ୍ତ କ୍ଷୁଦ୍ର ପ୍ୟାକେଜ୍‌ ହୋଇଥିବା ସାମଗ୍ରୀ ପହଞ୍ଚତ୍ବା ପୂର୍ବରୁ ସେଗୁଡ଼ିକ ସୀମାଶୁଳ୍କ ବିଭାଗରେ ଏଣ୍ଟ୍ରି ହେବା ଜରୁରୀ। ଏସବୁ କାଗଜପତ୍ର କାମ ହୋଇ ନ ଥବଲେ କେତେକ ପଣ୍ୟ ସାମଗ୍ରୀକୁ ଆମେରିକା ଫେରାଇଦେବ। ଡବ୍ଲ୍ୟୁଟିଓ ସୂଚନା ଅନୁଯାୟୀ ଟାରିଫ୍‌ ଉପରେ ଆମେରିକାର ପରାମର୍ଶ ପାଇଁ ଚାଇନା ନିବେଦନ କରିଛି।

ଆମେରିକାକୁ ଫେଣ୍ଟାନିଲ୍‌ ଭଳି ବେଆଇନ ନିଶାଦ୍ରବ୍ୟ ଓ ସେଗୁଡ଼ିକର ମୁଖ୍ୟ ରାସାୟନିକ ସାମଗ୍ରୀ ପ୍ରବେଶ ରୋକିବାକୁ ଟ୍ରମ୍ପ୍‌ ନୂଆ ଶୁଳ୍କ ଲାଗୁ କରିଛନ୍ତି। ତେବେ ଏଭଳି ଅଭିଯୋଗ ଭୁଲ୍‌ ଓ ଅମୂଳକ କହି ଚାଇନା ଉଦ୍‌ବେଗ ପ୍ରକାଶ କରିଛି। ଏଭଳି ଟାରିଫ୍‌ ଲଗାଯିବା ପକ୍ଷପାତିତା, ଯାହା କେବଳ ଚାଇନାର ମୂଳ ସାମଗ୍ରୀଗୁଡ଼ିକ ଉପରେ ଲାଗୁ ହୋଇଛି। ଏହା ଆମେରିକାର ଡବ୍ଲ୍ୟୁଟିଓ ଦାୟିତ୍ୱ ବିରୋଧୀ ବୋଲି ବେଜିଂ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭାରତ ପାଇଁ ଆଶ୍ୱସ୍ତି: ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅତିକ୍ରମ କଲା ୨ ଏଲପିଜି ଟ୍ୟାଙ୍କର୍‌

ତେହେରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ବଡ଼ କୂଟନୈତିକ ସଫଳତା ହାସଲ କରିପାରିଛି। ଇରାନ ଏଲପିଜି ବୋଝେଇ ୨ଟି ଭାରତୀୟ ଟ୍ୟାଙ୍କରକୁ ଷ୍ଟ୍ରେଟ ଅଫ୍‌…

ଆସୁଛି ବଡ଼ ତୈଳ ସଙ୍କଟ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

୨ ଗୁଣା ତରଳୁଛି ହିମାଳୟ ଗ୍ଲେସିୟର

କାଠମାଣ୍ଡୁ,୨୩ା୩(ପି.ଟି.): ହିନ୍ଦୁକୁଶ ହିମାଳୟରେ ଥିବା ଗ୍ଲେସିୟର ୨୦୦୦ରୁ ପୂର୍ବାପେକ୍ଷା ୨ ଗୁଣ ହାରରେ ତରଳୁଛି। ୧୯୯୦ରୁ ୨୦୨୦ ମଧ୍ୟରେ ୧୨ ପ୍ରତିଶତ ଅଞ୍ଚଳ ଗ୍ଲେସିୟର ହରାଇଲାଣି ବୋଲି ଆଇସିଆଇଏମ୍‌ଓଡି…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri