Categories: ଜାତୀୟ

ଚାଇନା କେବେ ଭାରତର ବନ୍ଧୁ ହୋଇ ନ ପାରେ: ବାବା ରାମଦେବ

ହରିଦ୍ୱାର,୧।୭: ଚାଇନାକୁ ପ୍ରବଞ୍ଚକ ଓ ସାମ୍ରାଜ୍ୟବାଦୀ କହିବା ସହ ସେ କେବେ ହେଲେ ଭାରତର ବନ୍ଧୁ ବା ମିତ୍ର ହୋଇ ନ ପାରେ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ। ବୁଧବାର ସେ ନେପାଳକୁ ପରାମର୍ଶ ଦେଇ କହିଛନ୍ତି  କେବେହେଲେ ଡ୍ରାଗନକୁ ବିଶ୍ୱାସ ନ କରୁ ବରଂ ଭାରତ-ନେପାଳ ସମ୍ପର୍କ ସୁଦୃଢ ହେଉ। କାରଣ ଚାଇନା ହେଉଛି ଆମର ଚୀର ଶତ୍ରୁ। ତେଣୁ ଚାଇନାକୁ କଡା ଜବାବ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି। ଭାରତ ଓ ନେପାଳ ଭୂପୃଷ୍ଠ ଦୃଷ୍ଟିରୁ ଅଲଗା ହୋଇଥିଲେ ମଧ୍ୟ ଏମାନଙ୍କ ଜନସଂଖ୍ୟା ଓ ଅନ୍ୟ ବହୁ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମାନତା ରହିଛି । ଦୁଇ ଦେଶ ମଧ୍ୟରେ ପାଚେରୀ ଥିଲେ ମଧ୍ୟ ଉଭୟ ଦେଶର ସଂସ୍କୃତି ଓ ପରମ୍ପରାରେ ସମାନତା ରହିଛି ବୋଲି ସେ କହିଛନ୍ତି।

Share