୩ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ ଏହି ଟିକା

ବେଜିଂ,୬।୬: ଚାଇନା କର୍ତ୍ତୃପକ୍ଷ କୋଭିଡ୍‌-୧୯ ଟିକା କରୋନାଭାକ୍‌କୁ ୩ରୁ ୧୭ ବର୍ଷ ବର୍ଗର ପିଲାଙ୍କୁ ଦେବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ଟିକାର ଉତ୍ପାଦନକାରୀ ସିନୋଭାକ୍‌ର ଅଧ୍ୟକ୍ଷ ୟିନ୍‌ ଓ୍ବେଇଡଙ୍ଗ ଏହି ସୂଚନା ଦେଇଛନ୍ତି। ସିନୋଭାକ୍‌ର ଏହି ଟିକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଶେଷ କରିଛି। ବୟସ୍କମାନଙ୍କ ଲାଗି ଟିକା ନିରାପଦ ଓ ପ୍ରଭାବୀ ବୋଲି ୟିନ୍‌ କହିଛନ୍ତି। ଚାଇନାର ଦ୍ୱିତୀୟ ଟିକା ଭାବେ ସିନୋଭାକ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଗତ ୧ ତାରିଖରେ ଅନୁମୋଦନ କରିଥିଲା।

Share