Posted inଜାତୀୟ

ଦି କ୍ଲେକ୍ସନ୍‌ରେ ଚାଇନା ସୈନ୍ୟ-ଭାରତୀୟ ଯବାନଙ୍କ ମୁହାଁମୁହିଁ ରିପୋର୍ଟ…

ଲଦାଖ, ୩।୨ : ଅଷ୍ଟ୍ରେଲିଆ ଖବରକାଗଜ ଦି କ୍ଲେକ୍ସନ୍‌ରେ ଜୁନ ୨୦୨୦ରେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଏକ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାତ୍ମକ ଘଟଣାର ରିପୋର୍ଟ ପ୍ରାୟ ଦେଢ଼ବର୍ଷ ପରେ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡରେ ଚାଇନା ସୈନ୍ୟବାହିନୀର ବ୍ୟାପକ କ୍ଷତି ହୋଇଛି।

ଆଣ୍ଟୋନି କ୍ଲାନଙ୍କ ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି ଯେ ବରଫ ନଦୀ ପାର ହେବାବେଳେ ୩୮ ଜଣ ଚାଇନା ସୈନ୍ୟ ଭାସି ଯାଇଥିଲେ। ସେମାନଙ୍କର ମୃତ୍ୟୁ ଘଟିଥିଲା। ତେବେ ଚାଇନା ମିଛ କଥା କହିଥିଲା ଯେ, ଏଥିରେ ମାତ୍ର ୪ ଜଣ ପିଏଲ୍‌ଏ ସୈନ୍ୟ ବରଫ ନଦୀରେ ଭାସି ଯାଇଛନ୍ତି।

ସୋସିଆଲ ମିଡିଆ ଅନୁସନ୍ଧାନକାରୀମାନେ ଗଲୱାନ ଡିକୋଡେଡ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଜୁନ ୧୫-୧୬ ମଧ୍ୟରେ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ରୁତ ପ୍ରବାହିତ ବରଫ ନଦୀରେ ଶୂନ୍ୟ ତାପମାତ୍ରାରେ ଖସି ପଡ଼ିଥିବା ପିଏଲ୍‌ଏ ସୈନ୍ୟ ପହଁରିବାକୁ ପ୍ରୟାସ କରିଥିଲେ। ତେବେ ପ୍ରବଳ ଥଣ୍ଡା ଏବଂ ଖରସ୍ରୋତା ପାହାଡ଼ିଆ ନଦୀରେ ସେମାନେ ଭାସି ଯାଇଥିଲେ। ରିପୋର୍ଟ ପ୍ରକାଶ ପାଇବା ଦ୍ୱାରା ଚାଇନାର ମିଛ କଥାର ପର୍ଦ୍ଦାଫାଶ୍‌ ହୋଇଛି।

ପିଏଲଏ ମୃତକଙ୍କ ମଧ୍ୟରେ ୱାଙ୍ଗ ନାମକ ଜଣେ ସୈନିକ ଥିଲେ। ଚାଇନା ଚାଲାକି କରି କେବଳ ୱାଙ୍ଗଙ୍କ ମୃତ୍ୟୁକୁ ଘୋଷଣା କରିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ଅସ୍ଥାୟୀ ପୋଲ ନିର୍ମାଣକୁ ନେଇ ଜୁନ ୧୫ରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା।

ଭାରତୀୟ ଯବାନମାନେ ମେ’ ୨୦୨୦ରେ ଗଲୱାନ ନଦୀରେ ଏକ ପୋଲ ନିର୍ମାଣ କରିଥିଲେ। ଅନ୍ୟପକ୍ଷରେ, ପିଏଲ୍‌ଏ ଏପ୍ରିଲ ଠାରୁ ପାରସ୍ପରିକ ସ୍ଥିରିକୃତ ହୋଇଥିବା ବଫର୍‌ ଜୋନ୍‌ରେ ଭିତ୍ତିଭୂମି ନିର୍ମାଣ ଜାରି ରଖିଥିଲା। ଜୁନ୬ ରେ, ପାଖାପାଖି ୮୦ ଜଣ ପିଏଲ୍‌ଏ ସୈନ୍ୟ ଭାରତୀୟ ଯବାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ପୋଲ ଭାଙ୍ଗିବାକୁ ଆସିଥିଲେ। ଏହାର ସୁରକ୍ଷା ପାଇଁ ପ୍ରାୟ ୧୦୦ ଜଣ ଭାରତୀୟ ଯବାନ ଫରଓ୍ବାର୍ଡ ପୋଷ୍ଟ୍‌କୁ ଆସିଥିଲେ। ଫଳରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କର ଚିନ୍ତା ବଢ଼ିବା ସହିତ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri