ବେଜିଂ,୧୩ା୪: ଇସଲାମାବାଦରେ ୨୧ ଘଣ୍ଟା ଧରି ଚାଲିଥିବା ମାରାଥନ ବୈଠକରେ କୌଣସି ସମାଧାନର ବାଟ ବାହାରିପାରିଲା ନାହିଁ। ଫଳରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆଜି ଅର୍ଥାତ୍ ଏପ୍ରିଲ ୧୩ଠାରୁ ହର୍ମୁଜ ପ୍ରଣାଳୀ ଅବରୋଧ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଇଛି ଚାଇନା।
ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡଙ୍ଗ ଜୁନ୍ କହିଛନ୍ତି, ଆମେ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ପ୍ରତିବଦ୍ଧ। ଆମେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଉପରେ ନଜର ରଖୁଛୁ। ଆମର ଜାହାଜ ନିରନ୍ତର ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଛି। ଆମର ଇରାନ ସହିତ ବାଣିଜ୍ୟ ଏବଂ ଶକ୍ତି ଚୁକ୍ତିନାମା ଅଛି। ଆମେ ସେମାନଙ୍କୁ ସମ୍ମାନ ଦେବୁ ଏବଂ ଅନ୍ୟମାନେ ଆମ କଥାରେ କେହି ମୁଣ୍ଡ ନ ପୂରାଇବା ପାଇଁ ଆଶା କରୁଛୁ। ଇରାନ ହର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣ କରେ ଏବଂ ଏହା ଆମ ପାଇଁ ସବୁବେଳେ ଖୋଲା ଅଛି।