ଶୀର୍ଷ ସଂକ୍ରମଣଠାରୁ ୧୦ ଦିନ ଦୂରରେ ଚାଇନା: ଦିନକୁ ୨୫ ହଜାର ମୃତ୍ୟୁ ହେବା ଆଶଙ୍କା…

ବେଜିଂ,୨।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବ୍ରିଟେନର ରିସର୍ଫ ଫାର୍ମ ଏୟାରଫିନିଟି ଅନୁଯାୟୀ କରୋନାର ଏହି ଲହର ଏପର୍ଯ୍ୟନ୍ତ ଚାଇନାରେ ଶୀର୍ଷରେ ପହଞ୍ଚି ନାହିଁ।

ଜାନୁଆରୀ ୧୩ ରେ ପ୍ରଥମ ଶୀର୍ଷ ସ୍ଥିତି ଆସିବାର ଆଶଙ୍କା ରହିଛି। ସେତେବେଳେ ଚାଇନାରେ ଅତି କମରେ ୩୭ ଲକ୍ଷ ଲୋକ ଗୋଟିଏ ଦିନରେ ସଂକ୍ରମିତ ହେବେ। ଏହା ବ୍ୟତୀତ ଗୋଟିଏ ଦିନରେ ପ୍ରାୟ ୨୫ ହଜାର ଲୋକ ମରିବେ। କମ୍ପାନୀର ବିଶ୍ଳେଷଣ ଅନୁଯାୟୀ ୨୦୨୨ ଡିସେମ୍ବରରୁ ୨୦୨୩ ଜାନୁୟାରୀ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୮୪ ହଜାର ହେବ। ଏଥି ସହିତ, ଏପ୍ରିଲ ଶେଷ ସୁଦ୍ଧା ଏହା ୧୭ଲକ୍ଷକୁ ବୃଦ୍ଧି ପାଇବ।

ଯଦି କମ୍ପାନୀର ତଥ୍ୟକୁ ବିଶ୍ୱାସ କରାଯାଏ ତେବେ ଏହା ଅତ୍ୟନ୍ତ ଭୟଙ୍କର ସ୍ଥିତ ସୃଷ୍ଟି କରିବ।ଏୟାରଫିନିଟିର ମଡେଲ ଆଧାର ତଥ୍ୟ ଅନୁଯାୟୀ, ଶୂନ କୋଭିଡ ନୀତି କୋହଳ ହେବା ପରେ ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। କୁହାଯାଇଛି ଯେ ଏହି ଲହରର ଦ୍ୱିତୀୟ ଶୀର୍ଷ ମାର୍ଚ୍ଚ ୩ ସୁଦ୍ଧା ଆସିପାରେ। ମେ ମାସରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ। କମ୍ପାନୀ କହିଛି ଯେ କରୋନା ସଂକ୍ରମଣର ଶୀର୍ଷ ଚାଇନାର ରାଜଧାନୀ ବେଜିଂରେ ପହଞ୍ଚିଛି। ଆସନ୍ତା କିଛି ଦିନ ମଧ୍ୟରେ ଏଠାରେ ସର୍ବାଧିକ ମୃତ୍ୟୁ ଘଟିବାକୁ ଯାଉଛି। ଏବେ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁଛି।

Share