Categories: ଫୁରସତ

ହିରୋ ଷ୍ଟାଇଲ୍‌ରେ ସିମ୍ପାଞ୍ଜି, ଭିଡିଓ ଦେଖିଲେ…

ଯେତେବେଳେ ଆମେ ମଣିଷର କୌଣସି ଭୁଲ୍‌ ଦେଖୁ ସେତେବେଳେ କହୁ କାହିଁକି ପଶୁଙ୍କ ପରି ହେଉଛ। ମାତ୍ର ଏବେ ଏକ ପଶୁକୁ ଦେଖିଲେ ଏହି ଭ୍ରମ ଧାରଣା ମଧ୍ୟ ଦୂର ହୋଇଯିବ। ଯାହାର ଷ୍ଟାଇଲ୍‌, ଉତ୍ସାହ କୌଣସି ବଡ଼ ହିରୋଙ୍କଠାରୁ ବି କମ୍‌ ନୁହେଁ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

@CreatureArena ନାମକ ଏକ ଟୁଇଟର ପେଜ୍‌ରେ ଶେୟାର ହୋଇଥିବା ଏକ ଭିଡିଓରେ ସିମ୍ପାଞ୍ଜିର ଷ୍ଟାଇଲ୍‌ ଦେଖିଲେ ଆଖି ଲାଖିଯିବ। କାରଣ ଏହି ସିମ୍ପାଞ୍ଜିର କାରନାମା କୌଣସି ମଡେଲଙ୍କଠାରୁ କମ୍‌ ନୁହେଁ। ଆଖିରେ ଚଷମା, ମୁଣ୍ଡରେ ଟୋପି ଏବଂ ହାତରେ ଧରିଛି ଏକ ଜୁସ୍‌ ଗ୍ଲାସ୍‌। ଯାହାକି ଖୁବ୍‌ ଆକର୍ଷଣୀୟ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୭୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। କିଛି ୟୁଜର ସିମ୍ପାଞ୍ଜିର ଦୃଢ଼ ମନୋବଳକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ୟୁଜର ତା’ର ଷ୍ଟାଇଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକ ୟୁଜର କହିଛନ୍ତି, ମଡେଲ ବି ପଛରେ ପଡ଼ିଯିବେ।

Share