Posted inରାଜ୍ୟ

ଜାନୁୟାରୀ ୮ରୁ ଚିଲିକା ପକ୍ଷୀ ମହୋତ୍ସବ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୮ରୁ ମଙ୍ଗଳାଯୋଡିରେ ଆରମ୍ଭ ହେବ ତୃତୀୟ ଚିଲିକା ଜାତୀୟ ପକ୍ଷୀ ମହୋତ୍ସବ ବା ନ୍ୟାଶନାଲ ଚିଲିକା ବାର୍ଡସ ଫେଷ୍ଟିଭାଲ-୨୦୨୧। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଜଙ୍ଗଲ ଓ ପରିବେଶ ବିଭାଗର ସହଯୋଗରେ ଏହା ୩ଦିନ ଧରି ଚାଲିବ। କେବଳ ଏହି ସମୟରେ ପର୍ଯ୍ୟଟକମାନେ ପ୍ରଥମଥର ପାଇଁ ନଳବଣ ପକ୍ଷୀ ଅଭୟାରଣ୍ୟ ଓ ସେମାନଙ୍କ ବାସସ୍ଥାନକୁ ଦେଖିବାର ସୁଯୋଗ ପାଇପାରିବେ।

ଶୀତଦିନେ ଚିଲିକାରେ ଶତାଧିକ ପ୍ରଜାତିର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ। ସେହିଭଳି ଚିଲିକାର ଉତ୍ତର ପୂର୍ବ ଭାଗରେ ଥିବା ମଙ୍ଗଳାଯୋଡ଼ିକୁ ଏସିଆର ପକ୍ଷୀ ଭୂସ୍ବର୍ଗ ବୋଲି କୁହାଯାଏ। ଶୀତ ପଡ଼ିଲେ ଏଠାରେ ଲକ୍ଷାଧିକ ପକ୍ଷୀଙ୍କ ସମାଗମ ହୋଇଥାଏ। ଏହି ସମୟରେ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜନ ଦ୍ୱାରା ପର୍ଯ୍ୟଟକଙ୍କ ସହ ଓ୍ବାଇଲ୍ଡଲାଇଫ୍‌ ଏବଂ ନେଚର ଫଟୋଗ୍ରାଫର, ପକ୍ଷୀ ଗବେଷକ, ବିଶେଷଜ୍ଞ ତଥା ଅର୍ନିଥୋଲୋଜିଷ୍ଟମାନେ ଚିଲିକାର ଅପରୂପ ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ ବୋଲି ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଫେଷ୍ଟିଭାଲରେ ବାର୍ଡ ଓ୍ବାଚିଂ, ଅଭୟାରଣ୍ୟ ପରିଦର୍ଶନ, ନେଚର ଓ୍ବାକ୍‌ସ, ବୋଟିଂ, ଟେକ୍ନିକାଲ ସେସନ ଏବଂ ଫଟୋଗ୍ରାଫିକୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ର ବ୍ୟବସ୍ଥା ହୋଇଛି। ଇଟିରେନାରିରେ ରାତ୍ରିରହଣି, ଖାଦ୍ୟପେୟ ଏବଂ ପରିବହନ ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଗି ପଞ୍ଜୀକରଣ ଶୁକ୍ଳ ୬ ହଜାରରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ରହିଛି। ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ପଞ୍ଜୀକରଣ ସହ ଆବଶ୍ୟକ ତଥ୍ୟ ପାଇପାରିବେ। ପଞ୍ଜୀକୃତ ପର୍ଯ୍ୟଟକଙ୍କୁ ମଙ୍ଗଳାଯୋଡ଼ି ଗ୍ରୁପ୍‌, ବରକୁଳ ଗ୍ରୁପ୍‌ ଏବଂ ରମ୍ଭା ଗ୍ରୁପ୍‌ରେ ବିଭକ୍ତ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଅଂଶଗ୍ରହଣକାରୀମାନେ ଚନ୍ଦକା ଡମପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ ବୁଲିବାର ମଧ୍ୟ ସୁଯୋଗ ପାଇପାରିବେ। ଏହାସହ ପର୍ଯ୍ୟଟକ ମଙ୍ଗଳାଯୋଡିରେ ପକ୍ଷୀ ଶିକାରୀରୁ ପକ୍ଷୀ ସଂରକ୍ଷକ ପାଲଟିଥିବା ସ୍ଥାନୀୟ ଲୋକଙ୍କ ରୁଚିକର କାହାଣୀ ଶୁଣିବାର ଅବସର ପାଇବେ। ମହୋତ୍ସବ ସମୟରେ ଚିଲିକା ଜୈବ ବିବିଧତାର ସଂରକ୍ଷଣ ଏବଂ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ଏଥିଲାଗି ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri